BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପରିବାର ସ୍ତରରୁ ବ୍ୟାପକ ସଚେତନତା ଓ ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟଭିମୂଖୀ କରାଇବା ଜରୁରୀ

ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ

ଭୁବନେଶ୍ୱର : ପରିବାର ସ୍ତରରୁ ବ୍ୟାପକ ସଚେତନତା ଓ ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟଭିମୂଖୀ କରାଇବା ଜରୁରୀ। ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ତଥା ଶିଶୁ କେନ୍ଦ୍ରିକ ପରିବେଶକୁ ସମସ୍ତେ ବୁଝିବା ଓ ଜାଣିବା ଦରକାର ବୋଲି ୱାର୍ଡ଼ ନଂ-୨୬ ଅଧିନସ୍ଥ ନୀଳଚକ୍ର ନଗର ଠାରେ ଆକ୍ସନଏଡ୍ ଆସୋସିଏସନ୍ ଓ ସିସିଡ଼ବ୍ଲୁଡ଼ିଙ୍କ ମିିଳିତ ଆନୁକୁଲ୍ୟରେ ଆୟୋଜିତ ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ – ୨୦୨୫ ଅବକାଶରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ଅତିଥି ଭାବେ ଆକ୍ସନ୍ଏଡ଼ ଆସୋସିଏସନର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର  ଓ ସିନିୟର ପ୍ରୋଗ୍ରାମଲିଡ୍ ଶୁଭେନ୍ଦୁ କୁମାର ରାୟ ଯୋଗଦାନ କରି ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସିସିଡବ୍ଲୁଡ଼ିର ସମ୍ପାଦକ ସଦାଶିବ ସ୍ୱାଇଁ ଶିଶୁ କୈନ୍ଦ୍ରିକ ପରିବେଶ ଓ ଶିଶୁଶ୍ରମ ନିରୋଧ ଦିବସ ଉପରେ ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ  ସୁଚରିତା ବେହେରା, ସ୍ନିଗ୍ଧା ଦାସ, ଭାସ୍କର ଚନ୍ଦ୍ର ପ୍ରଧାନ ପ୍ରମୁଖ ନିଜର ମତାମତ ରଖିଥିଲେ। ପରିଶେଷରେ ସରସ୍ୱତୀ ପରିଡ଼ା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।  ରେଣୁବାଳା ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିôବା ବେଳେ ବିଷ୍ଣୁପ୍ରିୟା ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।