ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ନିର୍ବାଚନ ଆୟୁକ୍ତ ଡକ୍ଟର ସୁଖବୀର ସିଂସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର IIIDEM ଠାରେ ଭାରତୀୟ ନିର୍ବାଚନ ଆୟୋଗକୁ ପ୍ରତିନିଧିତ୍ୱ କରୁଥିବା ପରାମର୍ଶଦାତାଙ୍କ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଏହି ସମ୍ମିଳନୀରେ ଭାରତର ସୁପ୍ରିମକୋର୍ଟ ଏବଂ ଦେଶର ୨୮ଟି ହାଇକୋର୍ଟରୁ ବରିଷ୍ଠ ଆଇନଜୀବୀମାନେ ଏବଂ ସମସ୍ତରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୩୬ଜଣ ମୁଖ୍ୟନିର୍ବାଚନ ଅଧିକାରୀ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ଉଦ୍ୟମର ମୁଖ୍ୟ ଲକ୍ଷ୍ୟ ହେଉଛି ଆଗାମୀ ଚ୍ୟାଲେଞ୍ଜଗୁଡ଼ିକୁ ଅଧିକ ଫଳପ୍ରଦ ଭାବେ ମୁକାବିଲା କରିବା ପାଇଁ ଆୟୋଗର ଆଇନଗତ ଢାଞ୍ଚାକୁ ମଜବୁତ କରିବା ଏବଂ ପୁନଃନିର୍ଦ୍ଦେଶନ କରିବା ମାଧ୍ୟମରେ ସମନ୍ୱୟ ହାସଲ କରିବା।ଏକ ଦିନିଆ ସମ୍ମିଳନୀ ନିର୍ବାଚନ ଆୟୋଗ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆଗତ ପ୍ରମୁଖ ଆଇନ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଓ ମତବିନିମୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା।ଆଲୋଚନାରେ ଆୟୋଗର ଆଇନଗତ ଦଳର ପ୍ରସ୍ତୁତି, ଦକ୍ଷତା ଏବଂ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା, ବିଶେଷତଃ ନିର୍ବାଚନ ଆଇନ, ନ୍ୟାୟିକକାର୍ଯ୍ୟକ୍ରମଏବଂଆଇନଗତସଂସ୍କାରସମ୍ବନ୍ଧୀୟବିଷୟଗୁଡ଼ିକଉପରେ।ଏହିଆଲୋଚନାମାଧ୍ୟମରେ, ଆୟୋଗ ବିଭିନ୍ନ ନ୍ୟାୟିକ ମଞ୍ଚରେ ଏହାର ଆଇନଗତ ପ୍ରତିନିଧିତ୍ୱର ପ୍ରଭାବଶାଳୀତାକୁ ଦୃଢ଼ କରିବାକୁ ଚେଷ୍ଟା କରିଛି। ସମ୍ମିଳନୀରେ ଅଣ-ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ଏବଂ ପର୍ଯ୍ୟାପ୍ତ ଶୁଣାଣି ପାଇଁ ସୁଯୋଗ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ:
ଶୁକ୍ରବାର ନିର୍ବାଚନ ଆୟୋଗ ନୂଆଦିଲ୍ଲୀର IIIDEM ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ସମ୍ମିଳନୀ ଆୟୋଜନ କରିଥିଲେ।ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ନିର୍ବାଚନ ଆୟୋଗର ଆଇଟି ଉଦ୍ୟମଗୁଡ଼ିକ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ଏବଂ ନିର୍ଦ୍ଧାରଣ କରିବା। ୨୦୨୫ ମସିହାରେ ଆୟୋଗ ଏକ ନୂତନ ଉଦ୍ୟମ ଆରମ୍ଭ କରିଛି, ଯାହା ଅନ୍ତର୍ଗତରେ ECINET ନାମକ ଏକ ଏକୀକୃତ ଡ୍ୟାସବୋର୍ଡ ଡିଜାଇନ ଏବଂ ବିକାଶ କରାଯାଉଛି।ଏହା ସମସ୍ତ ସଂପୃକ୍ତ ତଥ୍ୟକୁ ଏକକ ମାଧ୍ୟମରେ ପ୍ରଦାନ କରିବ ଏବଂ ଆବଶ୍ୟକୀୟ ଆଇନଗତ ବ୍ୟବସ୍ଥାର ପରିଧି ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଆବଶ୍ୟକତା ପୂରଣ କରିବ।ଏହି ଅନନ୍ୟ ଉଦ୍ୟମ ନିର୍ବାଚନ ଆୟୋଗର ସମସ୍ତ ଆଇସିଟି ଉଦ୍ୟମଗୁଡ଼ିକୁ ଏକ ଛତ୍ର ତଳେ ଏକୀଭୂତ କରିବ, ଯାହା ଆୟୋଗର କାର୍ଯ୍ୟ କ୍ଷମତା ଓ ପାରଦର୍ଶିତାକୁ ଆହୁରି ବୃଦ୍ଧିକରିବ।