BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚାରୋଟି ଶିଶୁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ଭୁବନେଶ୍ୱର : ନନ୍ଦନକାନନର ସିଂହୀ ବିଜଲୀ ପର୍ଯ୍ୟଟକଙ୍କୁ ଭେଟି ଦେଇଛି। ଏସୀୟ ସିଂହୀ ବିଜଲୀ ମଙ୍ଗଳବାର ତା’ର ତୃତୀୟ ଗର୍ଭରୁ ୪ଟି ଶାବକଙ୍କୁ ଜନ୍ମ ଦେଇଛି। ପ୍ରଥମ ଶାବକ ଅପରାହ୍ନ ୨ଟା ୩୨, ୨ୟ ଶାବକ ଅପରାହ୍ନ ୪ଟା ୧୬, ୩ୟ ଶାବକ ଅପରାହ୍ନ ୫ଟା ୩୬ ଏବଂ ୪ର୍ଥ ଶାବକ ସା ୭ଟା ୨୧ରେ ଜନ୍ମ ହୋଇଛନ୍ତି। ବିଜଲୀର ନବଜାତ ୪ଟି ଛୁଆ ସୁସ୍ଥ ଥିବାବେଳେ ମା’ ସେମାନଙ୍କୁ ତା’ ଜିଭରେ ଚାଟୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି। ତେବେ ଜନ୍ମିତ ଛୁଆ ୪ଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ସିଂହ ସମ୍ରାଟ୍‌ ଏବଂ ସିଂହୀ ବିଜଲୀର ମିଳନ ଗତ ଅଗଷ୍ଟ ମାସରେ ହୋଇଥିଲା। ପରେ ଗର୍ଭବତୀ ବିଜଲୀ ପ୍ରତି କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇଥିଲେ। ସିଂହ ସଫାରୀ ଫିଡିଂ ଚାମ୍ବର ପଛପଟ ପୃଥକୀକରଣ ଏନ୍‌କ୍ଲୋଜରରେ ବିଜଲୀକୁ ରଖିବା ସହ ସିସିଟିଭି ଲଗାଇ ତା’ର ଗତିବିଧି ଲକ୍ଷ୍ୟ କରୁଥିଲେ। ଏହି ୪ ଶାବକଙ୍କ ଜନ୍ମ ପରେ ନନ୍ଦନକାନନରେ ଏହି ପ୍ରଜାତିର ସିଂହଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ତହିଁ ମଧ୍ୟରେ ୪ ଅଣ୍ଡିରା, ୪ ମାଈ ଓ ନବଜାତ ୪ ଶାବକ ରହିଛନ୍ତି।