ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ତଥା ଦୈନିକ ଓଡ଼ିଆ ଖବରକାଗଜ ‘ଧ୍ୱନି ପ୍ରତିଧ୍ୱନି’ର ସମ୍ପାଦକ ସୃଷ୍ଟିଧର ପରିଡ଼ାଙ୍କ ସଦ୍ୟ ପ୍ରକାଶିତ ନୂତନ ଗଳ୍ପ ସଂକଳନ “ମୁଠାଏ ସ୍ୱପ୍ନ” ପୁସ୍ତକକୁ ଶୁକ୍ରବାର ଅପରାହ୍ନରେ ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜ ପରିସରରେ ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଲୋକାର୍ପକଣ କରିଛନ୍ତି।
ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଲେଖକ ଶ୍ରୀ ପରିଡ଼ା ‘ମୁଠାଏ ସ୍ୱପ୍ନ’ର ପୁସ୍ତକ ରଚନାର ପୃଷ୍ଠଭୂମି ଏବଂ ସାମ୍ପ୍ରତିକ ସମାଜିକ ରାଜନୈତିକ ଅବସ୍ଥାରେ ପ୍ରଭାବିତ ସାହିିତ୍ୟର ବାସ୍ତବ ସ୍ଥିତି ବାବଦରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ଲେଖକ ଶ୍ରୀ ପରିଡ଼ାଙ୍କ ସାହିତ୍ୟ ସାଧନା ଅଧିକ ସମୃଦ୍ଧ, ଶାଣିତ ଏବଂ ବିକଶିତ ହେଉ ବୋଲି କାମନା କରିବା ସହ ଓଡ଼ିଶାର ଜନ ଜୀବନକୁ ଉନ୍ନତ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟର ପ୍ର•ର ପ୍ରସାର ଦିଗରେ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ପ୍ରତିଷ୍ଠା କରିବା ନିହାତି ଆବଶ୍ୟକ ରହିଥିବାରୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବାଉରୀବନ୍ଧୁ ମହାରଣା, ବିପିନ ସିଂ, ବିମଳ ଭଞ୍ଜଦେଓ, ବିବେକାନନ୍ଦ ଜେନା, ଦେବକାନ୍ଦ ମହାପାତ୍ର, ବିଜୟ ପଣ୍ଡା, ପାର୍ଥସାରଥୀ ଜେନା, ମାଧବାନନ୍ଦ ବେହୁରା, ସନତ ମିଶ୍ର, ବିଭୂତି ଭୂଷଣ କର, କିଶୋର ମଙ୍ଗରାଜ, ପ୍ରିୟରଞ୍ଜନ ସାହୁ, ସନାତନ ଦଳବେହେରା, ସର୍ବେଶ୍ୱର ବର୍ଦ୍ଧନ, ବଳରାମ ପ୍ରସାଦ ନନ୍ଦ, ଉମେଶ ରାୟ, ବିଶ୍ୱଜିତ ଜେନା, ଉମେଶ ସାମନ୍ତରାୟ, ମନୋଜ ବେହେରା, ସୁକାନ୍ତ ମହାନ୍ତି, ମହେଶ୍ୱର ରଥ, ଗିରିଧାରୀଲାଲ ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ।