BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡ଼ିଶୀ ନୃତ୍ୟ କେବଳ ଏକ କଳା ନୁହେଁ, ବରଂ ଏହା ଆମ ରାଜ୍ୟର ପରିଚୟ ଓ ଆଧ୍ୟାତ୍ମିକତାର ଏକ ନିଖୁଣ ପ୍ରତିଫଳନ

ଓଡିଶୀ ନୃତ୍ୟର ଆଦୃତି ପାଇଁ ମୁକ୍ତେଶ୍ଵର ନୃତ୍ୟ ଉତ୍ସବର ଭୂମିକା ଗୁରୁତ୍ୱପୂର୍ଣ୍ଣ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶୀ ନୃତ୍ୟର ମହାକୁମ୍ଭ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଶନିବାରଠାରୁ ତିନିଦିନିଆ ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ୨୦୨୬ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ପ୍ରତ୍ୟହ ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଏଠାରେ ନୃତ୍ୟ ପରିବେଷଣ କରାଯିବ।

ଏହି ନୃତ୍ୟ ଉତ୍ସବକୁ ଉଦଘାଟନ କରିବା ସହିତ ମୁକ୍ତେଶ୍ଵର ମନ୍ଦିରର ଅନନ୍ୟ ସ୍ଥାପତ୍ୟ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶୀ ନୃତ୍ୟର ଆଦୃତି ପାଇଁ ଏହି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକାଗ୍ରହଣ କରି ଆସିଛି। ଓଡ଼ିଶାର ଅନନ୍ୟ ସ୍ଥାପତ୍ୟ କଳା ଏବଂ ଓଡ଼ିଶୀ ନୃତ୍ୟର ଏହି ଅପୂର୍ବ ସମନ୍ୱୟ ଆମ ସାଂସ୍କୃତିକ ଗୌରବକୁ ବିଶ୍ୱ ଦରବାରରେ ଦ୍ୱିଗୁଣିତ କରୁଛି। ଓଡ଼ିଶୀ ନୃତ୍ୟ କେବଳ ଏକ କଳା ନୁହେଁ, ବରଂ ଏହା ଆମ ରାଜ୍ୟର ପରିଚୟ ଓ ଆଧ୍ୟାତ୍ମିକତାର ଏକ ନିଖୁଣ ପ୍ରତିଫଳନ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଶିଳ୍ପୀମାନଙ୍କ ନିଖୁଣ ପ୍ରଦର୍ଶନ ଆମ ଐତିହ୍ୟକୁ ଆହୁରି ସମୃଦ୍ଧ କରିବ ବୋଲି ମୋର ଦୃଢ଼ ବିଶ୍ୱାସ। ଆସନ୍ତୁ, ଆମର ଏହି ଗୌରବମୟ ପରମ୍ପରାକୁ ଉପଭୋଗ କରିବା ସହ ଏହାର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା।

ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ଏଠାରେ ନୃତ୍ୟୋତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ପର୍ଯ୍ୟଟକ ଓ ସଂସ୍କୃତିପ୍ରେମୀଙ୍କ ପାଇଁ ଭୁବନେଶ୍ୱରର ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲଟିଛି। ଏହା ମାଧ୍ୟମରେ ଆମର ଏହି ପ୍ରସିଦ୍ଧ ପ୍ରତ୍ନତାତ୍ତ୍ଵିକ ବିଭବର ପ୍ରଚାର ପ୍ରସାର ହେବା ସହିତ ଓଡିଶୀ ନୃତ୍ୟର ଆଦୃତି ବଢୁଛି ।

ଏହି କାର୍ଯ୍ୟକ୍ରମରେ, ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ସଂସ୍କୃତି ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ଦେବ ପ୍ରସାଦ ଦାଶ, ସଂଗୀତ ନାଟକ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।