BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗତିରୁ ପ୍ରଗତି : ଭିତ୍ତିଭୂମି ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ନେଇ ସହାଭାଗିତା

ଓଡ଼ିଶା ସରକାରଙ୍କ ସହିତ ଭାସ୍କରାଚାର୍ଯ୍ୟ ଜାତୀୟ ଅନ୍ତରୀକ୍ଷ ପ୍ରୟୋଗ ଏବଂ ଭୂ-ସୂଚନା ବିଜ୍ଞାନ ସଂସ୍ଥାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଜରିଆରେ ଓ ଗୁଜୁରାଟ  ଗାନ୍ଧିନଗରସ୍ଥିତ  ଭାସ୍କରାଚାର୍ଯ୍ୟ ଜାତୀୟ ଅନ୍ତରୀକ୍ଷ ପ୍ରୟୋଗ ଏବଂ ଭୂ-ସୂଚନା ବିଜ୍ଞାନ ସଂସ୍ଥାନ (ବିଆଇଏସ୍ଏଜି-ଏନ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି ।  ଏହା ଫଳରେ ଓଡ଼ିଶା, ପିଏମ-ଗତିଶକ୍ତି  ଜାତୀୟ ମାଷ୍ଟର ପ୍ଲାନ ଦୃଷ୍ଟିକୋଣ ସହିତ ଯୋଡି ହୋଇ  ଏକ ସୁବିସ୍ତୃତ ରାଜ୍ୟ ମାଷ୍ଟର  ପ୍ଲାନ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରହିଛି। ରାଜ୍ୟରେ ଆଗାମୀ ଭବିଷ୍ୟତ ପାଇଁ ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ଓ ଉନ୍ନତ ଡିଜିଟାଲ ପରିଚାଳନା ପାଇଁ  ଏହା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ହୋଇଛି।  

ଗତିରୁ ପ୍ରଗତି। ଏହି ଆଭିମୁଖ୍ୟ ନେଇ ପିଏମ-ଗତି ଶକ୍ତି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତା ପ୍ଲାଟଫର୍ମ ସହିତ ଓଡ଼ିଶା ଅଧିକ ସହାୟତା ପାଇଁ ଏମଓୟୁ ସ୍ଵାକ୍ଷର କରିଛନ୍ତି।

ଏହା ବୁଝାମଣା ଫଳରେ ଓଡ଼ଶାର ପ୍ରମୁଖ ଅର୍ଥନୈତିକ କରିଡର, ଶିଳ୍ପ ଭିତ୍ତିଭୂମି, ଖଣିଜ ଅଂଚଳ, ଲଜିଷ୍ଟିକ୍ସ ପାର୍କ,  ରାସ୍ତା, ରେଳ, ଅନ୍ତର୍ଜାତୀୟ ଜଳପଥ, ଉପକୂଳ ଜାହାଜ ଚଳାଚଳ, ବିମାନ ସଂଯୋଗୀକରଣ,ଶକ୍ତି, ଟେଲିକମ, ଗ୍ୟାସ ପାଇପ୍‌ ଲାଇନ ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହ ବିଦ୍ୟାଳୟ, ଡାକ୍ତରଖାନା, ଦକ୍ଷତା କେନ୍ଦ୍ର ଆଦି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ଏହି ଜାତୀୟ ସଂସ୍ଥାନ ଏକ ତଦାରଖ ଓ ବୈଷୟିକ ମେରୁଦଣ୍ଡ ଭାବେ ବିଆଇଏସ୍ଏଜି-ଏନ ସହାୟତା ପ୍ରଦାନ କରିବ। 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀଙ୍କ ସମେତ ରାଜ୍ୟ ସରକାରେଙ୍କ ଅନ୍ୟ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିବା  ଭାସ୍କରାଚାର୍ଯ୍ୟ ଜାତୀୟ ଅନ୍ତରୀକ୍ଷ ପ୍ରୟୋଗ ଏବଂ ଭୂ-ସୂଚନା ବିଜ୍ଞାନ ସଂସ୍ଥାନର ମହାନିର୍ଦ୍ଦେଶକ ଶ୍ରୀ ଟି.ପି.ସିଂ ଏବଂ ତାଙ୍କର ସହଯୋଗୀମାନେ ଉପସ୍ଥିତ ଥିଲେ।

ଏହି ସଂସ୍ଥାନର ମହାନିର୍ଦ୍ଦେଶକ ଶ୍ରୀ ସିଂ ଓଡ଼ିଶା ସରକାରଙ୍କ ସହ  ସମନ୍ୱିତ ଜ୍ଞାନକୌଶଳ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ଆଧାରରେ ସହଯୋଗିତା ନେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଓଡ଼ିଶା ସରକାରଙ୍କୁ  ସମସ୍ତ ପ୍ରକାର ସହଯୋଗ  କରାଯିବା ନେଇ ପ୍ରତିଶ୍ରୁତି ରଖିଥିଲେ।

ବୁଝାମଣା ଅନୁଯାୟୀ, ବିଆଇଏସଏଜି-ଏନ ଓଡ଼ିଶାକୁ ବ୍ୟାପକ ବୈଷୟିକ ତଥା ଜିଓସ୍ପାଟିଆଲ୍ ସହାୟତା ପ୍ରଦାନ କରିବ, ଯେଉଁଥିରେ ନୀତି ପ୍ରଣୟନ, ଭିତ୍ତିଭୂମିକୁ ପ୍ରାଥମିକତା ପ୍ରଦାନ ଏବଂ ପ୍ରକଳ୍ପ ଅନୁଧ୍ୟାନକୁ ସମର୍ଥନ କରିବା ପାଇଁ ଜିଓସ୍ପାଟିଆଲ୍ ଡାଟାସେଟ୍, କଷ୍ଟମାଇଜ୍ଡ ଡିଜିଟାଲ୍ ଆପ୍ଲିକେସନ୍, ଡ୍ୟାସବୋର୍ଡ, କ୍ଷେତ୍ର-ନିର୍ଦ୍ଦିଷ୍ଟ ଯୋଜନା ଉପକରଣ ଏବଂ ସ୍ଥାନୀୟ ବିଶ୍ଳେଷଣର ବିକାଶ ଅନ୍ତର୍ଭୁକ୍ତ।

ମୁଖ୍ୟ ଶାସନ ସଚିବ ଆହୁଜା ଏହି ସଂସ୍ଥାନର ସକ୍ରିୟ ଦୃଷ୍ଟିକୋଣ ଏବଂ ପ୍ରଯୁକ୍ତିଗତ ଆତ୍ମନିର୍ଭରତା ଦିଗରେ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପି ଏମ ଗତିଶକ୍ତି ପୋର୍ଟାଲକୁ ଓଡ଼ିଶାର ଯୋଜନା ଇକୋସିଷ୍ଟମରେ ସାମିଲ କରିବା ଦ୍ୱାରା ବିଭାଗଗୁଡ଼ିକ ମଧ୍ୟରେ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ଏବଂ ସମନ୍ୱୟ ଅଧିକ ସହଜ ହେବ l ଏଥିସହିତ ଏହା ସମଗ୍ର ଭାରତରେ ଅନୁକରଣୀୟ ଏକ ମଡେଲ୍ ସୃଷ୍ଟି କରିବ।

ଏହି ବୁଝାମଣା ଫଳରେ  ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ଆନୁଷ୍ଠାନିକ ବ୍ୟୟ କମିବ, ବ୍ୟବସାୟ ସହଜ ହେବ, ପ୍ରକଳ୍ପ ବିଳମ୍ବ ନହୋଇ ଶୀଘ୍ର ହେବ ଏବଂ ସର୍ବୋପରି  ଆଞ୍ଚଳିକ ବିକାଶ ହେବା ସହ ବିକାଶ ରାଜ୍ୟର ପ୍ରତ୍ୟେକ ଅଂଚଳରେ ପହଁଚାଇବା ସହଜ ହେବ ।  ସେ ଏଥିପାଇଁ ଭାରତର  ମାନ୍ୟବର ପ୍ରଧାନମନ୍ତ୍ରୀ,  ଓଡିଶାର  ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ସହଯୋଗିତା  ପାଇଁ ଆବଶ୍ୟକ ଓଡ଼ିଶା ସରକାରଙ୍କ ଠାରୁ ତଥ୍ୟ ପ୍ରଦାନ, ମାନବ ସମ୍ବଳ ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି  ପ୍ରକାଶ କରିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଓଡ଼ିଶା ୨୦୩୬ ସୁଦ୍ଧା  ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ  ଲକ୍ଷ୍ୟ ରଖି  ବ୍ୟାପକ ରାସ୍ତା, ପାନୀୟ ଜଳ, ଶିଳ୍ପ, ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖି  କାର୍ଯ୍ୟ କରୁଛନ୍ତି। ଏଥି ପାଇଁ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏହି ସହଯୋଗିତା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।