BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧୨ କୋଟି ସହ ଆନ୍ତରୀଣ ଲାଭାଂଶ ୨୫ କୋଟି ଏବଂ ବାର୍ଷିକ ଲାଭାଂଶ ୧୪ କୋଟି ଟଙ୍କା ପ୍ରଦାନ

  • ସେଣ୍ଟ୍ରାଲ ସିସିଟିଭି ମନିଟରିଙ୍ଗ୍‌ ସିଷ୍ଟମ, ଅଟୋ ଇଣ୍ଡେଟିଂ ଅନୁମୋଦନ ସିଷ୍ଟମ, ଓଡ଼ିଶା ରାଜ୍ୟ ପାନୀୟ ନିଗମର ସରକାରୀ ଟ୍ରେଜେରୀ ସହିତ ସଂଯୋଗୀକରଣ ଉଦ୍‌ଘାଟିତ 
  • ଓଡ଼ିଶା ରାଜ୍ୟ ପାନୀୟ ନିଗମ ଓ ଅବକାରୀ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଅବକାରୀ, ପୂର୍ତ୍ତ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟ ପାନୀୟ ନିଗମର କାର୍ଯ୍ୟାଳୟରେ ସେଣ୍ଟ୍ରାଲ ସିସିଟିଭି ମନିଟରିଙ୍ଗ୍‌ ସିଷ୍ଟମ, ଅଟୋ ଇଣ୍ଡେଟିଂ ଅନୁମୋଦନ ସିଷ୍ଟମ, ଓଡ଼ିଶା ରାଜ୍ୟ ପାନୀୟ ନିଗମର ସରକାରୀ ଟ୍ରେଜେରୀ ସହିତ ସଂଯୋଗୀକରଣର ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ଓଡ଼ିଶା ରାଜ୍ୟ ପାନୀୟ ନିଗମର ଚାରିଗୋଟି ପଣ୍ୟାଗାର ସିଧାସଳଖ କାର୍ଯ୍ୟଧାରା ମୁଖ୍ୟ କାର୍ଯ୍ୟାଳୟରେ ଦେଖିପାରିବେ ଏବଂ ନିଗମର କାର୍ଯ୍ୟ ସରଳ ଓ ସୁଗମ ହୋଇପାରିବ । ଏହି ଅବସରରେ ଚଳିତ ବର୍ଷ ଆସିବାକୁ ଥିବା ନୂଆ ତଥା ପରିବର୍ତ୍ତିତ ଅବକାରୀ ନୀତି ସହ ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଯୁବପିଢ଼ିଙ୍କ ମଧ୍ୟରେ ଜାଗରୂକତା ଆଣିବା ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଓ ଅବକାରୀ ବିଭାଗ ମଧ୍ୟରେ ବାର୍ଷିକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଓଡ଼ିଶା ରାଜ୍ୟ ପାନୀୟ ନିଗମ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବାକୁ ଥିବା କାର୍ଯ୍ୟକ୍ରମ ଏବଂ ଅବକାରୀ ରାଜସ୍ୱ ଆଦାୟର ଲକ୍ଷ୍ୟ ନେଇ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ଅବସରରେ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୧୨ କୋଟି ସହ ଆନ୍ତରୀଣ ଲାଭାଂଶ ୨୫ କୋଟି ଏବଂ ବାର୍ଷିକ ଲାଭାଂଶ ୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ଅବସରରେ ଅବକାରୀ ବିଭାଗ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର, ମହାପ୍ରବନ୍ଧକ (ପ୍ରଶାସନିକ) ଶ୍ରୀ ସଞ୍ଜୟ କୁମାର ରାଉତ, ମୁଖ୍ୟ ପରିଚାଳନା (ଅପରେସନ୍‌) ଶ୍ରୀ ମାନସ ରଞ୍ଜନ ସ୍ୱାଇଁଙ୍କ ସମେତ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।