BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶା ସରକାର ଏବଂ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପୁଲ୍ ଆଣ୍ଡ ପ୍ଲାନେଟ୍ ମଧ୍ୟରେ ଏମଓୟୁ

ଶକ୍ତି ପରିବର୍ତ୍ତନ, ଗ୍ରୀଡ୍ ଆଧୁନିକୀକରଣ ଓ ନବୀକରଣୀୟ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ  ପଦକ୍ଷେପ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଏକ ସମନ୍ୱିତ କାର୍ଯ୍ୟକ୍ରମରେ ସହଭାଗୀ ହୋଇ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପୁଲ୍ ଆଣ୍ଡ ପ୍ଲାନେଟ୍ ଆଜି ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ କରିଛନ୍ତି। ଏହି ଚୁକ୍ତିନାମା ଏକ ବହୁମୁଖୀ ସହଯୋଗ ସ୍ଥାପନ କରିଛି ଯାହା ଯୋଜନା, ବୈଷୟିକ ସହାୟତା, ପାଇଲଟ୍ ନିୟୋଜନ ଏବଂ ଆର୍ଥିକ ସୁବିଧାକୁ ମିଶ୍ରଣ କରି ଶକ୍ତି ବ୍ୟବସ୍ଥା ଓ ଜୀବିକା ସୁଯୋଗରେ ରାଜ୍ୟର ମହତ୍ତ୍ୱାକାଂକ୍ଷାକୁ କାର୍ଯ୍ୟକାରୀ କରିବ।

ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି, ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବୁଝାମଣାପତ୍ର ଏକ ରଣନୈତିକ ସହଭାଗୀତା ଯାହା ବୈଷୟିକ ବିଶେଷଜ୍ଞତା, ନୀତି ସମର୍ଥନ ଏବଂ ଆର୍ଥିକ ପଥଗୁଡ଼ିକୁ ସମନ୍ୱିତ କରି ଏକ ସ୍ଥିର, ସମାନ ଓ ନିବେଶ ପାଇଁ ପ୍ରସ୍ତୁତ ସ୍ୱଚ୍ଛ ଶକ୍ତି ଭବିଷ୍ୟତ ଆଡ଼କୁ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ। ରାଜ୍ୟବାସୀଙ୍କୁ ନିରନ୍ତର ଓ ସୁନିଶ୍ଚିତ ବିଦ୍ୟୁତ ପ୍ରବାହ ଯୋଗାଇ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିବଦ୍ଧ ।ଏହି ଏମଓୟୁ ଅନ୍ତର୍ଗତ, ଅଂଶୀଦାରମାନେ ଶକ୍ତି ପରିବର୍ତ୍ତନ ଯୋଜନା ଓ ଗ୍ରୀଡ୍ ଆଧୁନିକୀକରଣରେ ସହଯୋଗ କରିବେ, ଯାହା ରାଜ୍ୟକୁ ବହୁ-କ୍ଷେତ୍ର ପରିବର୍ତ୍ତନ ଯୋଜନା ବିକାଶ କରିବାରେ ଏବଂ ନବୀକରଣକୁ ଭଲ ଭାବରେ ସଂଯୁକ୍ତ କରିବାରେ ସାହାଯ୍ୟ କରିବ।

ଏହି ବିଷୟବସ୍ତୁ ଅନୁଯାୟୀ କାର୍ଯ୍ୟ ଦକ୍ଷତା ଓ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଉନ୍ନତ ବୈଷୟିକ ପଦ୍ଧତି ଏବଂ ପିକ୍-ଲୋଡ୍ ପରିଚାଳନାକୁ ଅପ୍ଟିମାଇଜ୍ କରିବ। ବ୍ୟାଟେରୀ ଶକ୍ତି ସଂରକ୍ଷଣ ସିଷ୍ଟମ୍ (BESS) ର ନିୟୋଜନକୁ ତ୍ୱରାନ୍ୱିତ କରିବା ମଧ୍ୟ ଏକ ମୁଖ୍ୟ ଲକ୍ଷ୍ୟ ହେବ । ଆଲାଏନ୍ସ ଓଡ଼ିଶାରେ ଶକ୍ତି ବିଭାଗ, ଗ୍ରୀଡ଼କୋ, ଓରେଡା ଓ ଡିସକମ ମଧ୍ୟରେ ବୈଷୟିକ-ଅର୍ଥନୈତିକ, ସବଷ୍ଟେସନର ଚିହ୍ନଟ ଓ ପିକ୍ ସିଫ୍ଟିଂ, ନବୀକରଣୀୟ ସମନ୍ୱୟ ରକ୍ଷା ସହ ଏବଂ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାରେ ମଧ୍ୟ ସହାୟତା କରିବ।

ଏହି ବୁଝାମଣାପତ୍ର ରାଜ୍ୟବ୍ୟାପୀ ଉତ୍ପାଦନରେ ବୃଦ୍ଧି, ବିଦ୍ୟୁତ ଇନପୁଟ୍ ଖର୍ଚ୍ଚ ହ୍ରାସ ଏବଂ ସବୁଜ ଜୀବିକା ସୁଯୋଗ ବିସ୍ତାର କରି ଶକ୍ତି-ଦକ୍ଷତା ବୃଦ୍ଧି କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ବୁଝାମଣାପତ୍ର ସ୍ୱାକ୍ଷରିତ ସମୟରେ ଉପରୋକ୍ତ ସଂସ୍ଥା ଓଡ଼ିଶାର ବଲାଙ୍ଗୀର ଜିଲ୍ଲାକୁ ମଡେଲ ଜିଲ୍ଲା ଭାବେ ଚୟନ କରି କରିଥିଲା ।

ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ସିଏମ୍ଡି, ଓପିଟିସିଏଲ, ଭାସ୍କର ଜ୍ୟୋତି ଶର୍ମା, ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପୁଲ୍ ଆଣ୍ଡ ପ୍ଲାନେଟ୍ ର ପ୍ରତିନିଧି, ଶକ୍ତି ବିଭାଗ, ଓପିଟିସିଏଲର ଅଧିକାରୀମାନେ ଉପସ୍ଥିତ ଥିଲେ।