BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରତିଯୋଗିତା ମୂଳକ ପରୀକ୍ଷା ଆଶାୟୀଙ୍କ ନିମନ୍ତେ ପ୍ରେରଣାଦାୟକ ବକ୍ତୃତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଆଜି ପ୍ରତିଯୋଗିତା ମୂଳକ ପରୀକ୍ଷାର ଆଶାୟୀ ଏବଂ ପାଠକ ଓ ପାଠିକାମାନଙ୍କ ନିମନ୍ତେ ପ୍ରେରଣାଦାୟକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର, ପୂର୍ବତନ ସଦସ୍ୟ, ଓଡ଼ିଶା ଲୋକସେବା ଆୟୋଗ, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଫେସର ମିଶ୍ର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ସାକ୍ଷାତକାରର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ ପ୍ରତିଯୋଗୀମାନଙ୍କୁ ପଚରା ଯାଉଥିବା ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସମ୍ବନ୍ଧରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ଆଶାୟୀମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ପ୍ରଫେସର ମିଶ୍ର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ସାକ୍ଷାତକାର ସମୟରେ ଘଟିଥିବା କିଛି ପ୍ରେରଣାଦାୟୀ ଘଟଣା ବର୍ଣ୍ଣନା କରିଥିଲେ ଯାହାକି ଉପସ୍ଥିତ ଥିବା ଶ୍ରୋତାଙ୍କୁ ପ୍ରେରଣା ଯୋଗାଇଥିଲା।

ଆଜିର କାର୍ଯ୍ୟକ୍ରମକୁ ଗ୍ରନ୍ଥାଗାରର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ସେ ପାଠକ-ପାଠିକାମାନଙ୍କୁ କିପରି ନିରନ୍ତର ପ୍ରୟାସ ଓ ଶୃଙ୍ଖଳା ଦ୍ଵାରା ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଆଜିର ପ୍ରେରଣାଦାୟକ ବକ୍ତୃତା କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରନ୍ଥାଗାରର ଚାରିଜଣ ପାଠକ ଓ ପାଠିକା ଯେଉଁମାନେ ସର୍ବ ଭାରତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ସେମାନଙ୍କୁ ଗ୍ରନ୍ଥାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ସମ୍ବର୍ଦ୍ଧିତ ହୋଇଥିବା ପାଠକ ଓ ପାଠିକାମାନେ ନିଜର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଶୈକ୍ଷିକ ପରିବେଶ ଓ ନିଜର ପଠନ ଅନୁଭୂତିକୁ ଅଭିବ୍ୟକ୍ତ କରିବା ସହିତ ସମସ୍ତ ଶ୍ରୋତାମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।