BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଲାଲକିଲ୍ଲାରେ ମୋଦିଙ୍କ ଅଭିଭାଷଣ

ନୂଆଦିଲ୍ଲୀ, ୧୫।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଦେଶର ନାମରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ତ୍ରିରଙ୍ଗାକୁ ମେଡ୍‌ ଇନ୍‌ ଇଣ୍ଡିଆ ସ୍ବଦେଶୀ ତୋପ ଦ୍ୱାରା ସଲାମୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଏହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ତ୍ରିରଙ୍ଗାକୁ ମେଡ ଇନ ଇଣ୍ଡିଆ ତୋପ ଅଭିବାଦନ ଜଣାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ, ଯେଉଁ ଶବ୍ଦ ଆମ କାନ ଶୁଣିବାକୁ ଚାହୁଁଥିଲା ତାହା ଆଜି ପୂରଣ ହୋଇଛି। ଆଜି ମୁଁ ଦେଶର ସେନାର ଯବାନମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଆଜି ମୁଁ ମୋର ଆତ୍ମନର୍ଭରଶୀଳତାକୁ ଏକ ସଂଗଠିତ ସ୍ବରୂପରେ, ସାହସ ରୂପରେ ସେନାର ଯବାନ ଏବଂ କମାଣ୍ଡୋମାନେ ଯେଉଁ ଦାୟିତ୍ୱ ସେମାନଙ୍କ କାନ୍ଧରେ ନେଇଥିଲେ ତାହାକୁ ସାଲ୍ୟୁଟ କରୁଛି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଚାଇନାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ପାଇଁ ସ୍ବଦେଶୀ ମନ୍ତ୍ର ଆବଶ୍ୟକ। ସେ କହିଛନ୍ତି ଯେ ଆଜି ଆମର ପାଞ୍ଚ-ପାଞ୍ଚ ବର୍ଷର ପିଲାମାନେ ବିଦେଶୀ ଖେଳନା ସହିତ ନ ଖେଳିବାକୁ ସଂକଳ୍ପ ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଭାରତ, ଏହା ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସରକାର, ସମାଜର ପ୍ରତ୍ୟେକ ୟୁନିଟର ଦାୟିତ୍ୱ ପାଲଟିଛି। ଆତ୍ମନିର୍ଭର ଭାରତ ଏହା ଏକ ସରକାରୀ ଏଜେଣ୍ଡା କିମ୍ବା ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ସମାଜର ଏକ ଜନ ଆନ୍ଦୋଳନ, ଯାହାକୁ ଆମକୁ ଆଗକୁ ନେବାକୁ ପଡିବ। ସେ କହିଛନ୍ତି, ଆମକୁ ଦାସତ୍ୱ ମାନସିକତା ତ୍ୟାଗ କରିବାକୁ ପଡ଼ିବ, ଆମ ଦକ୍ଷତା ଉପରେ ବିଶ୍ୱାସ କରିବାକୁ ପଡ଼ିବ। ଆମର ଯୁବବର୍ଗମାନେ ନୂତନ ଆବିଷ୍କାର ସହିତ ଦୁନିଆ ଆଗକୁ ଏବେ ଆସୁଛନ୍ତି