BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଦିଏ : ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ, ୩୦।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ଯୋଗଦେଇ କହିଛନ୍ତି ଯେ, ଦେଶର ବିକାଶ ପାଇଁ ଦୁର୍ନୀତି ମୁକ୍ତ ସମାଜ ଅପରିହାର୍ଯ୍ୟ । ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଥାଏ। ତେବେ ଏହାକୁ ହଟାଇବା ଆବଶ୍ୟକ।

ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ସମସ୍ତ ଦେଶବାସୀଙ୍କୁ ଆଜିର ଯୁବ ପିଢ଼ିଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଡିବ। ଏକ୍ଷେତ୍ରରେ କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ଜରୁରୀ। କର୍ତ୍ତବ୍ୟ ସର୍ବୋପରି ହେଲେ କୌଣସି ଦୁର୍ନୀତି ହୋଇପାରିବ ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧିନତାର ଅମୃତ ମହୋତ୍ସବରେ ଦେଶ ନିଜର ଜାତୀୟ ପ୍ରତୀକଗୁଡ଼ିକୁ ପୁନଃପ୍ରତିଷ୍ଠା କରୁଛି। ଏହି ମର୍ମରେ ଇଣ୍ଡିଆ ଗେଟ୍‌ ନିକଟରେ ଥିବା ଅମର ଯବାନ ଜ୍ୟୋତି ଏବଂ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀକୁ ଏକତ୍ରିତ କରାଯାଇଛି।

ଏକ କୋଟିରୁ ଅଧିକ ପିଲା ପୋଷ୍ଟ କାର୍ଡ ମାଧ୍ୟମରେ ନିଜ ନିଜର ମତାମତ ପଠାଇଛନ୍ତି। ଏହା ଅତ୍ୟନ୍ତ ଅବିସ୍ମରଣୀୟ । ଭାରତର ବନ୍ଧୁ ଦେଶ କ୍ରୋଏସିଆରୁ ମଧ୍ୟ ୭୫ଟି ପୋଷ୍ଟକାର୍ଡ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକୃତିର ପ୍ରେମ ଏବଂ ପ୍ରତ୍ୟେକ ଜୀବନ ପ୍ରତି ଦୟା ଆମର ସଂସ୍କୃତି ଏବଂ ଆମର ଅନ୍ତର୍ନିହିତ ସ୍ବଭାବ। ଆମର ଏହି ମୂଲ୍ୟବୋଧ ଆମକୁ ସାରା ପୃଥିବୀରେ ସ୍ବତନ୍ତ୍ର କରିପାରିଛି।