BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନାରେ ଅନାଥ ପିଲାମାନଙ୍କୁ ମିଳିବ ୧୦ ଲକ୍ଷ ଓ ମାଗଣା ଶିକ୍ଷା : ମୋଦି

ନୂଆଦିଲ୍ଲୀ,: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ଅନାଥ ପିଲାଙ୍କୁ ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌ ସ୍କିମ୍‌ରେ ମାଗଣା ଶିକ୍ଷା ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ୧୮ ବର୍ଷ ବୟସ ହେବା ପରେ ଏହି ପିଲାଙ୍କୁ ମାସିକ ଭତ୍ତା ଦିଆଯିବ। ପରେ ସେମାନଙ୍କୁ ୨୩ ବର୍ଷ ପରେ ଏକକାଳୀନ ୧୦ ଲକ୍ଷ ଟଙ୍କା ପିଏମ୍‌ କେୟାର୍ସ ପାଣ୍ଠିରୁ ମିଳିବ।

ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ଦିଆଯିବ। ଏହି ଋଣର ସୁଧ ପିଏମ୍‌ କେୟାର ମାଧ୍ୟମରେ ପ୍ରଦାନ କରାଯିବ। ଏପରିକି ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଯୋଗଇ ଦିଆଯିବ। ଏହାର ପ୍ରିମିୟମ ମଧ୍ୟ ପିଏମ୍‌ରୁ ପୈଠ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଲାମାନେ ଦେଶର ଭବିଷ୍ୟତକୁ ପ୍ରତିନିଧିତ୍ୱ କରୁଛନ୍ତି। ସେମାନଙ୍କୁ ସମର୍ଥନ ତଥା ସୁରକ୍ଷା ଦେବା ପାଇଁ ଦେଶ ଯଥା ସମ୍ଭବ ଉଦ୍ୟମ କରିବ।

୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ବ୍ୟବସ୍ଥା

୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ସ୍କୁଲରେ ନାମ ଲେଖିବାକୁ ଅନୁମତି ମିଳିବ। ଯଦି କୌଣସି ପିଲା ଘରୋଇ ସ୍କୁଲରେ ନାମ ଲେଖାଇବେ, ତାଙ୍କୁ ଶିକ୍ଷାଦାନ ଅଧିକାର ନିୟମ ଅନୁଯାୟୀ ଫି’ ପ୍ରଦାନ କରାଯିବ। ଏହି ଅର୍ଥ ପିଏମ୍‌ କେୟାର୍ସରୁ ଦିଆଯିବ।

୧୧ରୁ ୧୮ ବର୍ଷର ପିଲାଙ୍କ ପାଇଁ ବ୍ୟବସ୍ଥା

ଏହି ବର୍ଗର ପିଲାଙ୍କୁ ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଆବାସିକ ସ୍କୁଲରେ ଆଡମିସନ ମିଳିବ। ଯଦି ପିଲାମାନଙ୍କୁ ସେମାନଙ୍କ ସମ୍ପର୍କୀୟ ପାଖରେ ରଖିବାକୁ ଚାହାନ୍ତି, ତା’ହେଲେ ସେମାନଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ।

ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା

ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ କାର୍ଯ୍ୟକାରୀ ହେଉଥିବା ଶିକ୍ଷା ଋଣ ପ୍ରଦାନ କରାଯିବ। ଏହାର ସୁଧ ପିଏମ୍‌ କେୟାର୍ସରୁ ପ୍ରଦାନ କରାଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ, ଟ୍ୟୁଶନ ଫି’ କିମ୍ବା ଅନ୍ୟ ପାଠ୍ୟକ୍ରମ ପାଇଁ ଅର୍ଥ ଯୋଗାଇ ଦିଆଯିବ। ଯଦି କୌଣସି ପିଲାମାନେ ମେଧାବୃତ୍ତି ତାଲିକାରେ ଆସୁନାହାନ୍ତି, ସେମାନଙ୍କୁ ପିଏମ୍‌ କେୟାର୍ସରୁ ମେଧାବୃତ୍ତି ଆର୍ଥିକ ସହାୟତା ଦିଆଯିବ।