BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆମେରିକାରେ ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗାକୁ ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୩୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନସିଂ ଜରିଆରେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ ଦୋହରାଇଥିଲେ କି ୨୨ ଜାନୁୟାରୀକୁ କୃଷକଙ୍କୁ ଦିଆଯାଇଥିବା ସରକାରୀ ପ୍ରସ୍ତାବ ଆଜିବି କାଏମ ରହିଛି । ତେଣୁ କୃଷକ ଆନ୍ଦୋଳନର ସମାଧାନ କେବଳ କଥାବାର୍ତ୍ତା ପରେ ହିଁ ବାହାରି ପାରିବ । ପ୍ରଧାନମନ୍ତ୍ରୀ କହିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକଙ୍କୁ ଯାହା କହିଥିଲେ ଆମେ ଏହାକୁ ଦୋହରାଇବାକୁ ଚାହୁଁଛୁ । କାରଣ କଥା ସହମତି ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହିଁ । ଆମେ ଆପଣ (କୃଷକ) ଙ୍କୁ ପ୍ରସ୍ତାବ ଦେଉଛୁ ଆପଣ ଏହାକୁ ବିଚାର ବିମର୍ଷ କରିପାରନ୍ତି । ମୁଁ କେବଳ ଗୋଟିଏ ଫୋନ କଲ ଦୂରରେ ରହିଛି । ସରକାରଙ୍କ ପ୍ରସ୍ତାବ ଆଜିବି ତାହା ରହିଛି । ବୈଠକରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ, ତ୍ରୁଣମୂଳ କଂଗ୍ରେସର ସୁଦିପ ବନ୍ଦୋପାଧ୍ୟାୟ, ଶିବସେନା ଏମ୍‌ପି ବିନାୟକ ରାଉତ ଓ ଶିରୋମଣି ଅକାଳି ଦଳର ବଲବିନ୍ଦର ସିଂ ଭଣ୍ଡାରେ କୃଷକ ଆନ୍ଦୋଳନକୁ ନେଇ କଥା ହୋଇଥିଲେ । ଜନତା ଦଳ ୟୁନାଇଟେଡର ଏମ୍‌ପି ଆର୍‌ସିପି ସିଂ କୃଷି ଆଇନକୁ ସମର୍ଥନ କରିଥିଲେ।