BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଳାସୁଣୀ ଦୁର୍ଘଟଣା ଅଞ୍ଚଳରେ ହେବ ଫୁଟ୍ ଓଭରବ୍ରିଜ

ଭୁବନେଶ୍ୱର, : ଭୁବନେଶ୍ୱରର ରସୁଲଗଡ଼ରୁ ପଳାସୁଣୀ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଲାଣି। ଏନେଇ ସ୍ଥାନୀୟ ଲୋକମାନେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ଗୋଟିଏ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ। ବିଧାୟକ ଏହାକୁ ଗୁରୁତର ସହିତ ଗ୍ରହଣ କରି ଆଲୋଚନା ଜାରି ରଖିଥିଲେ। ଆଜି ବହୁ ପ୍ରତିକ୍ଷିତ ଭୁବନେଶ୍ବରର ପଳାଶୁଣୀ ଛକରେ ଥିବା ଦୁର୍ଘଟଣା ପ୍ରବଣ ଅଂଚଳରେ ଲୋକଙ୍କ ସୁବିଧା ପାଇଁ ଫୁଟ ଓଭରବ୍ରିଜର ପ୍ରାଥମିକ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କର ଉପସ୍ଥିତିରେ ଏନ ଏଚ ଏ ଆଇ ( NHAI ) ର ବରିଷ୍ଠ ଅଧିକାରୀ ଏବଂ ପୂର୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଉକ୍ତ ଅଂଚଳ ପରିଦର୍ଶନ କରିବା ସହିତ ଖୁବ ଶୀଘ୍ର ସମାସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା | ଏନ ଏଚ ଏ ଆଇ ( NHAI ) କାର୍ତୁପକ୍ଷଙ୍କ ଉକ୍ତ ଜାଗାର ଲ୍ୟାଣ୍ଡ କ୍ଲିୟରାନ୍ସ ପରେ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କର୍ପୋରେଟର ଶ୍ରୀଯୁକ୍ତ ବିପ୍ଳବ ବେହେରା , ଅନୁ ଖୁଣ୍ଟିଆ , ଯୁବ ନେତା ଚିତ୍ତ ରଞ୍ଜନ ଦାସ , ସଞ୍ଜୟ ବଳିୟାରସିଂ , ରମେଶ ସାହୁ , ପ୍ରତାପ ରାଉତରାୟଙ୍କ ସମେତ ପଳାଶୁଣୀ ଗ୍ରାମବାସୀ ବୃନ୍ଦ ଏବଂ ଉକ୍ତ ଅଂଚଳର ବରିଷ୍ଠ ମୁରବୀ ଏବଂ ବୁଦ୍ଧିଜୀବୀ ମାନେ ଯୋଗଦେଇ ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପକୁ ପ୍ରସଂଶା କରିବା ସହିତ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ।