BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି, ୨ ଜଣ ସାଇବର ଠକ ଗିରଫ

ସାଇବର ଠକେଇର ପର୍ଦ୍ଦଫାସ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଏକ ବଡ଼ ସାଇବର ଠକେଇର ପର୍ଦ୍ଦଫାସ କରିଛି କ୍ରାଇମବ୍ରାଞ୍ଚ । ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଠକେଇ କରିଥିବା ଦୁଇ ସାଇବର ଅପରାଧୀଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି । ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଦୁଇ ଅଭିଯୁକ୍ତ ହେଲେ ତୟବ ଖାନ (୨୩)  ଏବଂ ଫିରୋଜ ଖାନ (୩୬) । ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଜଣେ ବ୍ୟକ୍ତିଙ୍କୁ ଅନଲାଇନରେ ପୁଞ୍ଜି ନିବେଶ ପାଇଁ ପ୍ରଲୋଭନ ଦେଖାଇଥିଲେ । ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ ଦେଖାଇ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ଯାହା ଫଳରେ ଉକ୍ତ ବ୍ୟକ୍ତି ଜଣକ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବା ସତ୍ତ୍ୱେ  ସାଇବର ଠକମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ନିବେଶ କରିବାକୁ ଚାପ ପକାଉଥିଲେ।  କିନ୍ତୁ ଟଙ୍କା  ଉଠାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ଅଧିକ ଟଙ୍କା ନିବେଶ କରିବାକୁ ଦାବି କରୁଥିଲେ। ଦିନ ପରେ ଦିନ ଗଡ଼ିବା ସତ୍ତ୍ୱେ ତାଙ୍କ   ଆକାଉଣ୍ଟରୁ ଟଙ୍କା ଫେରି ନଥିଲା। ପରେ ସେ ଏହା ସାଇବର ଠକଙ୍କ କାମ ବୋଲି  ଜାଣିପାରିଥିଲେ।

ଚଳିତବର୍ଷ ଜାନୁୟାରୀ ୧ ତାରିଖରେ ଉକ୍ତ ବ୍ୟକ୍ତି ଜଣକ ସାଇବର ଥାନାରେ ରିପୋର୍ଟ କରିଥିଲେ ।  ଅନଲାଇନରେ ପୁଞ୍ଜିନିବେଶ କରି ସେ ଠକାମିର ଶିକାର ହୋଇଥିଲେ ବୋଲି ଜଣାପଡ଼ିଥିଲା । ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ମଧ୍ୟପ୍ରଦେଶର ତୟବ ଖାନ ଏବଂ ଫିରୋଜ ଖାନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ନିଜକୁ ଟ୍ରେଡ ଆନାଲିଷ୍ଟ ଭାବେ ଉପସ୍ଥାପନ କରି ଅଭିଯୋଗକାରୀଙ୍କ ଠାରୁ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ । ତଦନ୍ତକାରୀ ଟିମ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ ଇତ୍ୟାଦି ସମେତ ବିଭିନ୍ନ ଅପରାଧମୂଳକ ସାମଗ୍ରୀ ଜବତ କରିଛି । ଏହି ମାମଲାରେ ପୂର୍ବରୁ ଠକମାନଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।