BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚିଲିକା ହ୍ରଦରେ ଚାଲୁଥିବା ବୋଟରେ ହେବ ଇଥାନଲ ଯୁକ୍ତ ଇନ୍ଧନର ବ୍ୟବହାର

ରାଜ୍ୟରେ ଇଥାନଲ ପ୍ଲାଣ୍ଟ ସ୍ଥାପନା ନେଇ ବୈଠକ

ଭୁବନେଶ୍ୱର: ପରିବେଶକୁ ସୁରକ୍ଷା ଦେବା ସହ ପ୍ରଦୂଷଣମୁକ୍ତ କରିବା ଦିଗରେ ଅଗ୍ରସର ହେଉଛନ୍ତି ଓଡ଼ିଶା ସରକାର । ରାଜ୍ୟରେ 2G ଇଥାନଲର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମିଡ଼ୱେଷ୍ଟ ଏନର୍ଜି କମ୍ପାନୀ ତରଫରୁ ଏକ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶାରେ ଇଥାନଲ ପ୍ଲାଣ୍ଟ ସ୍ଥାପନ କରି ଇନ୍ଧନ ରୂପେ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ପ୍ରତିନିଧି ଶ୍ରୀ ପ୍ରଭାକର ରେଡ୍ଡୀ ପ୍ରସ୍ତାବ ଦେଇଥିଲେ । ଏହା ବ୍ୟତୀତ ଓଡ଼ିଶାର ଚିଲିକା ହ୍ରଦରେ ଚାଲୁଥିବା ବୋଟ ଗୁଡ଼ିକରେ ମଧ୍ୟ ଇଥାନଲ ବ୍ଲେଣ୍ଡିଂ ଇନ୍ଧନ ବ୍ୟବହାର କରିବା ବିଷୟରେ ଆଲୋଚନା ହୋଇଥିଲା ।

କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ୨୦୩୦ ସୁଦ୍ଧା ଡିଜେଲରେ ୫ ପ୍ରତିଶତ ଇଥାନଲ ମିଶାଇ ବ୍ୟବହାର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟକୁ ବାସ୍ତବିକ କାର୍ଯ୍ୟରେ ରୂପାନ୍ତର କରିବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

ଧାନ ଫସଲ ଅମଳ ପରେ ସାଧାରଣତଃ ନଡ଼ା ଗୁଡିକୁ ଜମିରେ ସେମିତି ଛାଡି ଦିଆଯାଏ କିମ୍ବା ନିଆଁ ଲଗାଇ ପୋଡ଼ି ଦିଅନ୍ତି । ସେହି ନଡ଼ାକୁ ବ୍ୟବହାର କରି 2G ଇଥାନଲ ପ୍ରସ୍ତୁତ କରାଯିବ । କେବଳ ଧାନ ନୁହେଁ, ଆଖୁ,ମକା,ବାଜରା, ଜହ୍ନା ଇତ୍ୟାଦିର ଅନାବଶ୍ୟକ ଅଂଶରୁ ଇଥାନଲ ପ୍ରସ୍ତୁତ ହୋଇପାରିବ । ଏହି ଅଂଶଗୁଡିକୁ ଚାଷୀଙ୍କ ଠାରୁ ସଂପୃକ୍ତ କମ୍ପାନୀ କ୍ରୟ କରି ନେଇ ଇଥାନଲ ଉତ୍ପାଦନ କରିବ ।ଏହା ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବ ଏବଂ ଚାଷୀଙ୍କୁ ପରୋକ୍ଷରେ ରୋଜଗାର ମଧ୍ୟ ପ୍ରଦାନ କରିବ । ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବା ସହ ଦାଦନ ଶ୍ରମିକ ସଂଖ୍ୟା ମଧ୍ୟ କମିବ ।
ଏହି ଉପସ୍ଥାପନା ପ୍ରଦର୍ଶନ ବେଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପର୍ଯ୍ୟଟନ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ଏମଡି ଇପିକଲ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।