BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡିଶାରେ ସଂପୂର୍ଣ୍ଣ ଜଳ ଉତ୍ସର ଗଣନା ସଂପର୍କତ ସମୀକ୍ଷା ବୈଠକ: ପ୍ରଭାବୀ ଓ  ଗୁଣବତ୍ତାପୂର୍ଣ୍ଣ  ତଥ୍ୟ ସଂଗ୍ରହ ଉପରେ ଉନ୍ନୟନ କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର : ଭାରତ ସରକାରଙ୍କ  ଜଳଶକ୍ତି ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ମନ୍ତ୍ରାଳୟଙ୍କ ପରାମର୍ଶକ୍ରମେ   ଏବଂ ଓଡ଼ିଶା ରାଜ୍ୟ  ସରକାରଙ୍କ ସହଯୋଗରେ  ଓଡ଼ିଶାରେ କେତେ ସଂଖ୍ୟକ ଜଳ ସଂପଦ ତଥା ଜଳ ଉତ୍ସ ରହିଛି, ସେସବୁର ଗଣନା ଓ ବିସ୍ତୃତ ତଥ୍ୟ ସଂଗ୍ରହ ବା ଡାଟା ବେସ୍ ପ୍ରସ୍ତୁତି ନିମନ୍ତେ ଜାରି ରହିଥିବା କାର୍ଯ୍ୟକ୍ରମ ସଂପର୍କରେ ଏକ ବୈଠକ ଆଜି ଅପରାହ୍ଣରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।  କମ୍ପ୍ୟୁଟର-ସହାୟତାରେ ପ୍ରଶ୍ନୋତ୍ତର ଆଧାରିତ ଏକ ସର୍ବେକ୍ଷଣ ପ୍ରାସଙ୍ଗିକ ସାକ୍ଷାତକାର ପଦ୍ଧତି( କାପି) ଜରିଆରେ ଏବଂ ଓ୍ୱେବ୍ ଆଧାରିତ ପ୍ରୟୋଗରେ ଏହି ଗଣନା କାର୍ଯ୍ୟ ସଂପାଦନ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି ।ପ୍ରଥମ ଥର କରି ବୃହତ୍, ମଧ୍ୟମ ଜଳ ସେଚନ ପ୍ରକଳ୍ପ ଏବଂ ଝରଣାକୁ ଗଣନାରେ ସାମିଲ କରାଯାଇଛି । ଏଥିରେ ୭ମ କ୍ଷୁଦ୍ର ଜଳସେଚନ ଗଣନା ହେବା ସଙ୍ଗେ ସଙ୍ଗେ ୨ୟ ଜଳାଶୟ ଗଣନା  ଅନ୍ତର୍ଭୁକ୍ତ ରହିଛି ।

ଏହାଦ୍ୱାରା ରାଜ୍ୟ ପାଇଁ ଗ୍ରାମ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ ଜଳ ସଂପଦର ଏକ ସମ୍ପୂର୍ଣ୍ଣ ଡେଟାବେସ୍ ପ୍ରସ୍ତୁତିପାଇଁ ଏକ ଅନନ୍ୟ ସୁଯୋଗ ସୃଷ୍ଟି ହୋଇଛି । ପ୍ରଥମ ଥର କରି  ଏହା ଜଳ ସଂପଦ  ବିଭାଗ ଏବଂ ଯୋଜନା ଓ ସଂଯୋଜନ  ବିଭାଗ ଦ୍ୱାରା ଏକ ସମନ୍ୱିତ ଓ ସଂଯୋଜିତ ପ୍ରକ୍ରିୟାରେ କରାଯାଉଛି । ଏହା ତଥ୍ୟ ବ୍ୟବହାର କରୁଥିବା ଅଂଶୀଦାରୀ ବିଭାଗ ଏବଂ ତଥ୍ୟ ପ୍ରସ୍ତୁତି କରୁଥିବା ପରିସଂଖାନ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ଏକାଠି କାର୍ଯ୍ୟକରି ଗୁଣାତ୍ମକ ତଥ୍ୟ ପ୍ରସ୍ତୁତ କରିବାର ଅନନ୍ୟ ସୁଯୋଗ ସୃଷ୍ଟି କରିଛି ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏହି ଗଣନା କାର୍ଯ୍ୟକ୍ରମ ସ୍ଥିତି ସଂପର୍କରେ ସବିଶେଷ ସମୀକ୍ଷା କରିଥିଲେ । ବୈଠକରେ ପ୍ରମୁଖ ଅଂଶୀଦାର ବିଭାଗ ଯଥା ଜଳ ସଂପଦ ବିଭାଗ,  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,  ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି , ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ,  ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ,  ଓଡିଶା ଉଠା ଜଳ ସେଚନ ନିଗମ, ଭାରତ ସରକାରଙ୍କ କେନ୍ଦ୍ରୀୟ ଭୂତଳ  ଜଳ ବୋର୍ଡ,  ରାଜ୍ୟ ଭୂତଳ ଜଳ ବୋର୍ଡଙ୍କ ଅଧିକାରୀ ତଥା ଯନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥି ସହିତ  ଜଳ ସଂପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର ଅଧିକାରୀ ଓ କର୍ମଚାରୀମାନ ମଧ୍ୟ ଆଭାସୀ ମାଧ୍ୟମରେ ବୈଠକରେ  ଅଂଶଗ୍ରହଣ କରିଥିଲେ ।

ପ୍ରଭାବୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ କିପରି ଜଳସେଚନ ଓ ଝରଣା ଗଣନା ସଂପର୍କରେ ଗୁଣାତ୍ମକ ତଥ୍ୟ ସଂଗ୍ରହ ହୋଇପାରିବ,ଏଥିପ୍ରତି ଆଲୋକପାତ କରାଯାଇଥିଲା । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଅଂଶୀଦାରୀ ବିଭାଗ ତଥା ଅନୁଷ୍ଠାନମାନଙ୍କୁ ସମନ୍ୱିତ ଓ ସଂଯୋଜିତ ଭାବେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ, ଯଦ୍ୱାରା ଜଳ ସଂପଦ ବିଭାଗର ଏକ ବିସ୍ତୃତ ଡାଟା ବେସ୍ ପ୍ରସ୍ତୁତ ହୋଇପାରିବ । ଏହି ତଥ୍ୟ ଜଳସେଚନ ସମେତ ଶିଳ୍ପ, ମତ୍ସ୍ୟ ଚାଷ, ଜନସାଧାରଣ ଏବଂ ପ୍ରାଣୀମାନଙ୍କ  ବ୍ୟବହାର  ପାଇଁ ଜଳ ସଂପଦ ବିଭାଗ ନିମନ୍ତେ ଏକ ବିସ୍ତୃତ ଡାଟା ବେସ୍ ହେବ ବୋଲି ସେ ପ୍ରକାଶ କରିଛନ୍ତି ।  ଜିଲ୍ଲା ସ୍ତରରେ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ ନିର୍ଦ୍ଦେଶକ, ଯୋଜନା ଓ ସଂଯୋଜନ ବିଭାଗ ପରସ୍ପର ସମନ୍ୱୟ ଓ ସହଯୋଗ  ରଖି  ଜଳସେଚନ ଓ ଝରଣା ଗଣନା ସଂପର୍କିତ ଗଣନାର ବୃହତ୍ ସଫଳତା ମିଳିପାରିବ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।