BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସେପ୍ଟେମ୍ବର ୧୨ ରେ ନିଟ୍ ପରୀକ୍ଷା।

ଭୁବନେଶ୍ୱର : ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ୍ ଏବଂ ବିଡିଏସରେ ନାମ ଲେଖାଇବା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଆସନ୍ତା ସେପ୍ଟେମ୍ବର ୧୨ରେ ସାରା ଦେଶରେ ଅନୁଷ୍ଠିତ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଟ୍ୱିଟ୍ ମାଧ୍ୟମରେ ଘୋଷଣା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟରେ ଉଲ୍ଲେଖ କରିଛନ୍ତି, କରୋନା ମାର୍ଗଦର୍ଶିକାକୁ ପାଳନ କରି ବିଦ୍ୟାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରରେ ମୁହଁରେ ତୁଣ୍ଡି ପିନ୍ଧିବା ପାଇଁ ପରୀକ୍ଷାର୍ଥୀଙ୍କୁ ମନ୍ତ୍ରାଳୟ ପକ୍ଷରୁ ତୁଣ୍ଡି ଯୋଗାଇ ଦିଆଯିବ। ତେବେ ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସହର ଓ ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଇଛି।
୨୦୨୦ରେ ଦେଶର ୧୫୫ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଏହାକୁ ଏଥର ୧୯୮କୁ ବଢ଼ାଇ ଦିଆଯାଇଛି। ସେହିପରି ଗତବର୍ଷ ଅପେକ୍ଷା ପରୀକ୍ଷା କେନ୍ଦ୍ର ସଂଖ୍ୟା ୩୮୬୨କୁ ବୃଦ୍ଧି ହୋଇଛି। ପରୀକ୍ଷା ଦେବା ନିମନ୍ତେ ଆଶାୟୀ ବିଦ୍ୟାର୍ଥୀ ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ଣ ୫ଟାରୁ ନାମ ପଞ୍ଜୀକରଣ କରିପାରିବେ। ୱେବସାଇଟ୍ (www.ntaneet.nic.in)କୁ ଲଗ୍‌ଇନ୍‌ କରି ପଞ୍ଜୀକରଣ କରିବେ। ଏଥିପାଇଁ ୱେବ୍‌ସାଇଟରେ ପଞ୍ଜୀକରଣ ପୋର୍ଟାଲ ଉପଲବ୍ଧ ହେବ। ପରୀକ୍ଷା କେନ୍ଦ୍ର ବାହାରେ ଓ ଭିତରେ ଛାତ୍ରଛାତ୍ରୀ ସାମାଜିକ ଦୂରତ୍ୱ ରକ୍ଷା, ହାତ ଧୋଇବା, ହାତ ବିଶୋଧନ ଏବଂ ସ୍ଥାନରେ ବସିବା ବେଳେ କରୋନା କଟକଣା ମାନିବେ। ଏଥିପ୍ରତି ସମ୍ପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆଯିବ।
ସୂଚନାଯୋଗ୍ୟ, ଦେଶରେ ଥିବା ସରକାରୀ ଏବଂ ବେସରକାରୀ ଭେଷଜ ମହାବିଦ୍ୟାଳୟରେ ଏମବିବିଏସ୍ ଓ ବିଡିଏସ୍ ଏବଂ ଆୟୁଷ ମନ୍ତ୍ରାଳୟ ଅଧୀନସ୍ଥ ହୋମିଓପାଥିକ ଓ ଆୟୁର୍ବେଦ ମହାବିଦ୍ୟାଳୟରେ ବିଏଚଏମଏସ୍ ଓ ବିଏଏମଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରତିବର୍ଷ ନିଟ୍ ଅନୁଷ୍ଠିତ ହୁଏ।