ବେତନଟୀ (ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଉପକଣ୍ଠ ଆଗ୍ରିଆ ବଡପୋଲଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ଉତ୍ତରପ୍ରଦେଶ ମିରଟର ବିଜେନ୍ଦ୍ର ଭାରତୀଙ୍କ ପୁଅ ଅତୁଲ ଭାରତୀ ଓ ହରିୟାଣା କର୍ଣ୍ଣାଲ ଜିଲ୍ଲାର ପଡା ଗାଁର ଜଗଦେବ ଦୋଡ଼ଙ୍କ ପୁଅ ସୁନ୍ଦର ଦୋଡ଼ ବୋଲି ଚିହ୍ନଟ କରାଯାଇଛି । ଆହତ ତିନି ଜଣ ହେଲେ ପ୍ରଦୀପ ରଞ୍ଜନ, ବିକାଶ କଲ୍ୟାଣ ଓ କରନ ଭଟନାଗର।
ଖବର ଅନୁଯାୟୀ, ଏହି ଅଞ୍ଚଳରୁ ଟ୍ରାକ୍ଟରରେ ବାଲେଶ୍ୱର ଯାଉଥିବା ବେଳେ, ଏକ ଦ୍ରୁତ ଗତି ଟ୍ରକ୍ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଟ୍ରାକ୍ଟର ଘଟଣାସ୍ଥଳରେ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଟ୍ରକ୍ ଚାଳକ ଘଟଣାପରେ ଚମ୍ପଟ ମାରିଥିଲା।
ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଓ ବୈଶିଙ୍ଗା ଥାନାକୁ ଖବର ଦେଇଥିଲେ। ଟ୍ରାକ୍ଟରକୁ ଜବତ କରାଯାଇଛି ଓ ପଳାଇଥିବା ଟ୍ରକ୍କୁ ଧରିବା ପାଇଁ ତଦନ୍ତ ଜାରି ଅଛି।
ରିପୋର୍ଟ : ଶୁଭସ୍ମିତା ପ୍ରଧାନ