BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମତ୍ସ୍ୟ ଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ରହିଛି ଅପାର ସମ୍ଭାବନା: ଯୋଜନାର ଟାର୍ଗେଟ ଅସୀମିତ, ସୁଫଳ ନେବା ପାଇଁ ମନ୍ତ୍ରୀଙ୍କ ଆହ୍ୱାନ

“ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬”

ଭୁବନେଶ୍ୱର: “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬” ସଚେତନତା ଓ ଜ୍ଞାନ ବିନିମୟର ଏକ ମହାକୁମ୍ଭ ସାଜିଛି। ମତ୍ସ୍ୟ ଚାଷ ଓ ପ୍ରାଣି ପାଳନ କ୍ଷେତ୍ରରେ ଆମ ରାଜ୍ୟରେ ଅପାର ସମ୍ଭାବନା ରହିଛି ଏବଂ ଏହି କ୍ଷେତ୍ରର ବିକାଶରେ ବିକଶିତ ଓଡ଼ିଶା ଗଠନର ସ୍ଵପ୍ନ ସାକାର ହୋଇପାରିବ ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଶା ବ୍ୟକ୍ତ କରିଛନ୍ତି। “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬”ର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ସେ ଏହା କହିଛନ୍ତି।

ତୃଣମୂଳ ସ୍ତରରେ ଯୋଜନାକୁ ପହଞ୍ଚାଇବା ପାଇଁ ଚଳିତ ଆର୍ଥିକ ବର୍ଷରେ ପ୍ରଥମଥର ପାଇଁ ଆମ ସରକାର “ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା” ଆୟୋଜନ କରିଛନ୍ତି। ଏବେ ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ” ପ୍ରାଣିପାଳକ ଓ ମତ୍ସ୍ୟ ଚାଷୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି । ଆଗାମୀ ଦିନରେ ମାଛ-ଦୁଗ୍ଧ-ଅଣ୍ଡା ଓ ମାଂସ ଉତ୍ପାଦନରେ ସ୍ୱାବଲମ୍ବୀ ହେବ ଦିଗରେ ଏହା ସହାୟକ ହେବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଏହା ସହ କହିଛନ୍ତି, ଆମ ଯୋଜନାର ଟାର୍ଗେଟ ଅସୀମିତ ରହିଛି । ଏହାର ସୁଫଳ ନେବାକୁ ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କୁ ସେ ଆହ୍ୱାନ ଜଣାଇଥିଲେ।

“ମତ୍ସ୍ୟ-ପ୍ରାଣୀ ସମାବେଶ”ରେ ପ୍ରଦର୍ଶିତ ଉନ୍ନତ ଜ୍ଞାନ କୌଶଳ ଓ ଆଧୁନିକ ଚାଷ ପଦ୍ଧତି ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଉତ୍ପାଦନ ଓ ରୋଜଗାର ବୃଦ୍ଧିରେ ସହାୟକ ବୋଲି ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଭୁବନେଶ୍ଵର ମେୟର ସୁଲୋଚନା ଦାସ କହିଥିଲେ ।

ଉତ୍କର୍ଷତା ହାସଲ କରିଥିବା ଅଗ୍ରଣୀ ମତ୍ସ୍ୟଚାଷୀ, ପ୍ରାଣିପାଳକ, କର୍ତ୍ତବ୍ୟନିଷ୍ଠ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ୯ ଟି ଜିଲ୍ଲାରୁ ୩,୦୦୦ ରୁ ଅଧିକ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେଇଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଦ୍ବାରା ରଙ୍ଗାରଙ୍ଗ ପରିବେଷିତ ହୋଇଥିଲା।