ଆଧୁନିକ ପଦ୍ଧତିରେ ମତ୍ସ୍ୟ ଚାଷ କରି ମାଛ ଉତ୍ପାଦନ ବୃଦ୍ଧି ପାଇଁ ସଚେତନତା ସୃଷ୍ଟି
“ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬”, ବିଭିନ୍ନ ସମ୍ପାନରେ ଜ୍ଞାନ ଓ ଅଭିଜ୍ଞତାର ଭାବ ବିନିମୟ
ଭୁବନେଶ୍ୱର: “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୬”ର ଦ୍ୱିତୀୟ ଦିନରେ ମୋଟ ଛଅଟି ସମ୍ପାନ ଆୟୋଜିତ ହୋଇଯାଇଛି। ଜ୍ଞାନପୀଠ କକ୍ଷରେ ଆୟୋଜିତ ସମ୍ପାନରେ ବିଶେଷଜ୍ଞ, ମତ୍ସ୍ୟ ଚାଷୀ ଓ ପ୍ରାଣୀ ପାଳକମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନ ଓ ଅଭିଜ୍ଞତାର ଭାବ ବିନିମୟ ହୋଇଥିଲା। ବିଶେଷଜ୍ଞମାନେ ଚାଷୀଙ୍କ ଜିଜ୍ଞାସାର ସମସ୍ତ ଉତ୍ତର ରଖିଥିଲେ।
ଆଧୁନିକ ପଦ୍ଧତିରେ ମତ୍ସ୍ୟ ଚାଷ କରି ମାଛ ଉତ୍ପାଦନ ବୃଦ୍ଧି ପାଇଁ ମତ୍ସ୍ୟ ଚାଷୀଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା। ବିଭିନ୍ନ ସମ୍ପାନରେ “ଡିଜିଟାଲ ଓ ଆଧୁନିକ ମାଛଚାଷ”, “ଓଡ଼ିଶାର ନୀଳ ବିପ୍ଲବ – ମତ୍ସ୍ୟ ପ୍ରଗତି ପଥରେ ଗୋଟିଏ ପାଦ ଆଗକୁ”, “ମତ୍ସ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ବଜାର ଚାହିଦା” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ପ୍ରାଣିପାଳନ କ୍ଷେତ୍ରରେ ସମୃଦ୍ଧି ପାଇଁ ଆୟୋଜିତ ସମ୍ପାନରେ ଗୋ-ପାଳନ ପାଇଁ ଉନ୍ନତ ଘାସଚାଷ, ଓଡ଼ିଶାରେ ଘୁଷୁରି ଚାଷ ପାଇଁ ସମ୍ଭାବନା, କୁକୁଡ଼ା ଚାଷ ମାଧ୍ୟମରେ ଗ୍ରାମ୍ୟ ବିକାଶ ଉପରେ ମଧ୍ୟ ଜ୍ଞାନ ବିନିମୟ ହୋଇଥିଲା।