BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା ୭ ଦିନ ଘୁଞ୍ଚିଲା।

ଭୁବନେଶ୍ୱର,୨୨/୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାକୁ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରସ୍ତାବୁ ଆଧାର କରି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।
ତେବେ ଆସନ୍ତା ଜୁନ୍ ମାସ ୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ମାର୍କ ଅପଲୋଡ୍ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେ ୩୧ ତାରିଖ ସୁଦ୍ଧା ମାର୍କ ଅପଲୋଡ୍ କରିବାକୁ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାର ରେଜିଷ୍ଟର ୧୫ ତାରିଖ ସୁଦ୍ଧା ମେଣ୍ଟର ସ୍କୁଲମାନଙ୍କରେ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା । ଆସନ୍ତା ୨୪ ତାରିଖ ସୁଦ୍ଧା ଟାବୁଲେସନ ରେଜିଷ୍ଟର ଯାଞ୍ଚ ପ୍ରକ୍ରିୟା ଶେଷ ହେବାର ଥିଲା । ବିଧିବଦ୍ଧ ଭାବେ ଜୁନ ୩୦ ତାରିଖରେ ଫଳ ପ୍ରକାଶ ନିମନ୍ତେ ସ୍ଥିର ହୋଇଥିଲା । ମାତ୍ର ଆସନ୍ତା ୨୬ରେ ବାତ୍ୟା ଆଶଙ୍କା ଥିବାରୁ କିଛିଦିନ ପାଇଁ ମୂଲ୍ୟାୟନ କାର୍ଯ୍ୟକୁ ଘୁଞ୍ଚାଇବାକୁ ବୋର୍ଡଙ୍କୁ ନିବେଦନ କରାଯାଇଥିଲା । ତେବେ ଫଳ କେବେ ପ୍ରକାଶ ପାଇବ ସେ ନେଇ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।