BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବର ପ୍ରଶେସନରେ ଯିବା ପାଇଁ ମିଳିଲା ଅନୁମତି।

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଏଣିକି ବର ଯିବାବେଳେ ରୋଷଣୀ ହେବ। ବାଜା ବାଜିବ, ବାଣ ଫୁଟିବ ଆଉ ବରଯାତ୍ରୀମାନେ ପ୍ରଶେସନରେ ଯାଇପାରିବେ। କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରସେଶନ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଓ ସମସ୍ତ ପ୍ରକାରର କୋଭିଡ ନିୟମାବଳୀ ମାନିବାକୁ ପଡିବ। ଏନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଙ୍ଗଳବାର ସମସ୍ତ ଜଲାପାଳ, ଏସ୍‌ପି, ମ୍ୟୁନିସପାଲ କମିଶନର ଓ ପୋଲିସ କମିଶନରଙ୍କୁ ଚିଠି ଲେଖି ବିବାହ ଓ ଅନ୍ତେଷ୍ଟି ଶୋଭାଯାତ୍ରା ପାଇଁ ସାନି ଗାଇଡ୍‌ଲାଇନ ଜାରି କରିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ଶୋଭାଯାତ୍ରା ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ବର, କନ୍ୟା, ବରଯାତ୍ରୀ, ପୂଜକ, ବନ୍ଧୁବାନ୍ଧବ ସମସ୍ତଙ୍କୁ ମିଶାଇ ଏହି ସଂଖ୍ୟା ୨୦୦ ରହିବ ବୋଲି କହିଛନ୍ତି। ସେହିପରି ଅନ୍ତିମ ସଂସ୍କାର ସମୟରେ ସର୍ବାଧିକ ୧୦୦ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ। କୌଣସି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ଏବଂ ଖୋଲା ସ୍ଥାନରେ ପଡ଼ିଆର ଆକାର ହିସାବରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୦ ଜୁଲାଇ ୬ ତାରିଖରେ ବିବାହ ଶୋଭାଯାତ୍ରା ଉପରେ କଟକଣା ଜାରି କରିଥିଲେ। ମାତ୍ର ଡିସେମ୍ବର ୩୦ତାରିଖରେ ଜାରି ନିର୍ଦ୍ଦେଶନାମାରେ ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକଙ୍କ ସମାବେଶ ହୋଇପାରିବ ବୋଲି ଅନୁମତି ଦେଇଥିଲେ।