BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମାଓବାଦୀ ଲୁଟ ମାମଲା: ସରଣ୍ଡା ଜଙ୍ଗଲରୁ ଅଢ଼େଇ ଟନ୍ ବିସ୍ଫୋରକ ଜବତ

ସୁନ୍ଦରଗଡ଼ : ୫ ଟନ ବିସ୍ଫୋରକ ଲୁଟ ମାମଲାରେ ଓଡ଼ିଶା-ଝାଡ଼ଖଣ୍ଡ ସଂଯୁକ୍ତ ପୋଲିସ ଅପରେସନ୍‌ରେ ସରଣ୍ଡା ଜଙ୍ଗଲରୁ ଅଢ଼େଇ ଟନ୍ ବିସ୍ଫୋରକ ଜବତ ହୋଇଛି। ଗୁପ୍ତ ସୂଚନା ଆଧାରରେ ଚଳାଯାଇଥିବା ସର୍ଚ୍ଚ ଅଭିଯାନ ସମୟରେ ଏହି ବିସ୍ଫୋରକ ମିଳିଥିଲା।

ଗତ ମଙ୍ଗଳବାର ରାତିରେ ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୋ ଅଂଚଳରୁ ମାଓବାଦୀମାନେ ପାଖାପାଖି ୫ ଟନ ବିସ୍ଫୋରକ ଲୁଟି ନେଇଥିଲେ। ଏହି ଘଟଣାରେ ୪୦ରୁ ଅଧିକ ମାଓବାଦୀ ସଂଳଗ୍ନ ଥିବା କଥା ଜଣାପଡ଼ିଛି। ସେମାନେ କେ-ବଲାଙ୍ଗ ବାଙ୍କୋ ପଥର ଖଣି ନିକଟରୁ ୫,୦୦୦ କେଜି ବିସ୍ଫୋରକ ସାମଗ୍ରୀ ଲୁଟି ନେଇଥିଲେ।

ଏହି ଲୁଟ ସମ୍ବନ୍ଧୀୟ ବିସ୍ଫୋରକ ଖୋଜିବା ପାଇଁ ସୁରକ୍ଷା ବାହିନୀ କମ୍ବିଂ ଓ ଅପରେସନ ଜୋରଦାର କରିଥିଲେ। ଚଢ଼ାଉ ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା।

ଅପରେସନ୍‌ରେ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହ ଏକ କ୍ୱିଣ୍ଟାଲରୁ ଅଧିକ ଜିଲୋଟିନ ବିସ୍ଫୋରକ ଓ ଲୁଟ ହୋଇଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ସୁରକ୍ଷା ବାହିନୀ ଏହି ଅଭିଯାନକୁ ଏଯାଁ ନ ଥିବା ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ