BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଟ୍ରକ୍ ଚଢ଼ାଇ ଜଣଙ୍କୁ ହତ୍ୟା, ତଦନ୍ତ ଆରମ୍ଭ

ଝାରସୁଗୁଡା :ଝାରସୁଗୁଡ଼ା-ସମ୍ବଲପୁର ରାସ୍ତାରେ ଦୁଇ ଟ୍ରକ୍ ଚାଳକ ମଧ୍ୟରେ ଝଗଡା ତୀବ୍ର ରୂପ ଧାରଣ କରିବାରୁ  ଅନ୍ୟ ଜଣେ ଡ୍ରାଇଭର ଟ୍ରକ୍ ଚଢ଼ାଇ ଅନ୍ୟ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁଇ ଟ୍ରକ୍ ଡ୍ରାଇଭର ମଧ୍ୟରେ କୌଣସି ସାଧାରଣ କଥାକୁ ନେଇ ବଚସା ହୋଇଥିଲେ। ବିବାଦ ଏପରି ଆକାର ଧାରଣ କଲା ଯେ ଜଣେ ଡ୍ରାଇଭର ଅନ୍ୟ ଜଣକୁ ପଥର ଦ୍ୱାରା ଆକ୍ରମଣ କରିଥିଲେ। ଏହାପରେ ଅନ୍ୟ ଡ୍ରାଇଭର ରାଗିଯାଇ ସିଧାସଳଖ ଟ୍ରକ୍ ଚଳାଇ ଅନ୍ୟ ଜଣଙ୍କ ଉପରେ ଟ୍ରକ୍ ଚଢ଼ାଇ ଦେଲେ, ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଲା। ମୃତକ ଚାଳକର ପରିଚୟ ବିହାରର ସଞ୍ଜୟ ମହାକୁଳ ବୋଲି ଜଣାପଡିଛି। ଅଭିଯୁକ୍ତ ଡ୍ରାଇଭର ଘଟଣା ପରେ ଟ୍ରକ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଘଟଣା ସମୟରେ ଉଭୟ ଟ୍ରକ୍ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ଉଭୟ ଟ୍ରକ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ, କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଟ୍ରକ୍ ଚଢ଼ାଉ ହତ୍ୟା କରିଥିବା ଡ୍ରାଇଭର ଜଣକ ଫେରାର ହୋଇଯାଇଛି। ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ଓ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣା ସମ୍ପର୍କରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ରାସ୍ତା ଉପରେ ଏପରି ଘଟଣା ଘଟିବ ଦ୍ୱାରା ଦ୍ୱାରା ଅନ୍ୟାନ୍ୟ ଚାଳକ ଓ ଯାତ୍ରୀମାନେ ଭୟଭୀତ ହୋଇଛନ୍ତି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ