BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

‘ମନ କୀ ବାତ’ରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରିଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ବିଷୟରେ ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ, ବନାଗ୍ନି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀକୁ ମଧ୍ୟ କଲେ ପ୍ରଶଂସା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୨୪ତମ ଅଧ୍ୟାୟରେ ଦେଶବିଦେଶର ଶ୍ରୋତାଙ୍କ ସହ ମତବିନିମୟ କରିଛନ୍ତି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଦେଶର ଉଲ୍ଲେଖନୀୟ ଉପଲବ୍ଧି ଏବଂ ସମୃଦ୍ଧ ଲୋକ ପରମ୍ପରା ବିଷୟରେ ଆଲୋଚନା ବେଳେ ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ବିଷୟରେ ଉଲ୍ଲେଖ କରିଛନ୍ତି।

ଦେଶର ସ୍ୱଦେଶୀ ଆନ୍ଦୋଳନ, ସ୍ଥାନୀୟ ଉତ୍ପାଦ ଏବଂ ସମୃଦ୍ଧ ହସ୍ତଶିଳ୍ପ ପରମ୍ପରା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାନ୍ତାଳି ଶାଢ଼ି ବୁଣୁଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ୬୫୦ରୁ ଅଧିକ ଆଦିବାସୀ ମହିଳା ପାରମ୍ପରିକ ସାନ୍ତାଳି ଶାଢ଼ୀର ପୁନରୁଦ୍ଧାର କରି ପାରିଛନ୍ତି। ବର୍ତ୍ତମାନ ଏହି ମହିଳାମାନେ ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନେ କେବଳ ବସ୍ତ୍ର ତିଆରି କରୁନାହାନ୍ତି ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ମନ କୀ ବାତ କାର୍ଯ୍ୟକ୍ରମରେ ବିଶ୍ୱ ପାଇଁ ଚିନ୍ତାଜନକ ସମସ୍ୟା ପାଲଟିଥିବା ବନାଗ୍ନି ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରୟାସ କରୁଥିବା କେନ୍ଦୁଝରର କୀର୍ତ୍ତନ ମଣ୍ଡଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଦେଶର ଲୋକଗୀତ ଏବଂ ପରମ୍ପରାରେ ଦେଖିବାକୁ ମିଳିଥାଏ। ଏହାର ଅଂଶ ହେଉଛି ଆମର ଭଜନ ଓ କୀର୍ତ୍ତନ।

କିନ୍ତୁ ବନାଗ୍ନି ସମ୍ପର୍କରେ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବା କଥା ଆପଣମାନେ କେବେ ଶୁଣିଛନ୍ତି କି ? ବୋଧହୁଏ, ଆପଣମାନେ ଏକଥାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି। ଏଠାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଗୋଟିଏ ଦଳ ଅଛି । ଏହି ଦଳ ଆଜି ଭକ୍ତି ସହିତ ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପୁଛି।

ପ୍ରମିଳା ପ୍ରଧାନ ଏହି ପ୍ରୟାସ ଲାଗି ପ୍ରେରଣା ସାଜିଛନ୍ତି। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସେ ପାରମ୍ପରିକ ଗୀତରେ ନୂଆ ଶବ୍ଦ, ନୂଆ ବାର୍ତ୍ତା ଯୋଡ଼ିଛନ୍ତି। ତାଙ୍କ ଦଳ ଗାଁ ଗାଁ ବୁଲି ଜଙ୍ଗଲରେ ଲାଗୁଥିବା ନିଆଁରୁ କେତେ କ୍ଷତି ହୁଏ, ତାହା ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି। ଦେଶର ଲୋକ ପରମ୍ପରାଗୁଡ଼ିକ ଆଦୌ ପୁରୁଣାକାଳିଆ ନୁହେଁ, ଏଥିରେ ଆଜି ବି ସମାଜକୁ ଦିଗଦର୍ଶନ ଦେବାର ଶକ୍ତି ରହିଛି ବୋଲି ଏହି ଉଦାହରଣରୁ ପ୍ରମାଣିତ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।