BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କବିତା ଆସର ଏବଂ ସାରସ୍ବତ ବନ୍ଧୁ ମିଳନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଏବଂ ସରସ୍ବତ ବନ୍ଧୁ ମିଳନ ଉନ୍ମୋଚନ ଉତ୍ସବ ଗୁଗୁଲ୍ ମିଟ୍ ମାଧ୍ୟମରେ ପାଳିତ ହୋଇଯାଇଅଛି lଏହି ଅଧିବେଶନରେ ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି ଶାଖାର ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ବେଳେ ସଭାପତି ଶ୍ରୀ ଗୋଦାବରୀଶ ଦାସ ପରିଚୟ ପ୍ରଦାନ ସ୍ୱରୂପ ଆତିଥ୍ୟତା ସ୍ୱୀକାର କରିଥିଲେ l ସାହିତ୍ୟି ସଂସଦର କାର୍ଯ୍ୟକର୍ତ୍ତା ଶ୍ରୀ ଦୀନବନ୍ଧୁ ବେଜ୍ ଏହାର ପରିଚାଳନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଶ୍ରୀ ଅରୁଣ କୁମାର ଦାସ ଏବଂ ବିରଞ୍ଚି ନାରାୟଣ ତ୍ରିପାଠୀ ମାତିଲଗ୍ନା ସାହିତ୍ୟି ଚକ୍ରର ବିଶେଷତ୍ବ ଏବଂ ମହତ୍ୱ ପ୍ରତିପାଦନ କରି ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ l
ମାତିଲଗ୍ନାର ସଂଯୋଜକ ଶ୍ରୀ ଦୀନବନ୍ଧୁ ବେଜ୍ ଏହାର ସଂଯୋଜନା ଭାର ଗ୍ରହଣ କରିଥିଲେ l ଏହି ଅବସରରେ ମାତିଲଗ୍ନା ସାହିତ୍ୟି ସଂସଦ ପରିବାର ତରଫରୁ କବିତା ଆସର ଅନୁଷ୍ଠିତ ହୋଇଥିଲା l ଏହି କବିତା ପାଠୋତ୍ସବ ଆସରରେ ପ୍ରଜ୍ଞା ପରମିତା, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ,ଶୋଭାଙ୍ଗିନୀ ନନ୍ଦ, ଅରୁଣ କୁମାର ଦାସ, ଟିକେଶ୍ୱର ସାହୁ, ଉସ୍ମିତାମଞ୍ଜରୀ ଦାସ, ବିରଞ୍ଚି ନାରାୟଣ ତ୍ରିପାଠୀ, ଗୋଦାବରୀଶ ଦାସ, ବାସନ୍ତୀ ଗୁରୁ, ଜନରଞ୍ଜନ ପ୍ରଧାନ, ଜ୍ୟୋତିରଞ୍ଜନ ଦାସ, ବିଜୟଶ୍ରୀ ନାଥ, ନୀଳାଦ୍ରି ନାଥ ଜଗଦେବ, ବାସନ୍ତୀଲତା ଜେନା,ସ୍ବର୍ଣ୍ଣ ପତି, ଶୁଭ୍ରାଂଶୁ ଶେଖର ପାଢ଼ୀ, ଚନ୍ଦ୍ର ଶବର, ନବ କିଶୋର ସାମନ୍ତରାୟ ପ୍ରମୁଖ ୬0 ରୁ ଉର୍ଦ୍ଧ କବି ଏବଂ କବିୟତ୍ରୀ ଯୋଗ ଦେଇ କବିତା ଆସରକୁ ସରଗରମ୍ କରିଥିଲେ l ପରିଶେଷରେ ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି ଶାଖାର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋଦାବରୀଶ ଦାସ୍ କବିତା ଆସରରେ ଯୋଗ ଦେଇଥିବା ସମସ୍ତ ସାରସ୍ୱତ ସ୍ରଷ୍ଟାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟକୁ ବିଦାୟ ଦେଇଥିଲେ l