ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ପାଳନ
ଭୁବନେଶ୍ୱର : ଆଜି ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ପରିବାର କଲ୍ଯାଣ ନିର୍ଦେଶାଳୟ ତରଫରୁ ଗୀତଗୋବିନ୍ଦ ସଦନରେ ପାଳନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ ଡକ୍ତର ମହାଲିଙ୍ଗ କହିଲେ ଯେ , “ପୁରୁଷ ବନ୍ଧ୍ୟାକରଣରେ କୌଣସି ପୁରୁଷର ପୁରୁଷତ୍ତ୍ଵ ନଷ୍ଟ ହୁଏ ନାହିଁ। ଲୋକଙ୍କୁ ସଚେତନ କରି ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ଆଶା ଦିଦି ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ମାନ୍ୟବର ମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । କୋରାପୁଟ, ରାୟଗଡା, ମାଲକାନଗିରି, ସୁନ୍ଦରଗଡ ଓ କନ୍ଧମାଳ ଭଳି ଜନଜାତି ବହୁଳ ଜିଲ୍ଲା ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଆଗାମୀ ଦିନରେ ସାରା ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଉପଦେଶ ଦେଇଛନ୍ତି।
ଏହି ଅବସରରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ସମ୍ମାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର , ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଡାକ୍ତର ମୁରଲୀଧର ପାଢ଼ୀ ମଞ୍ଚାସିନ ଥିଲେ।