BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭିଏସଏସ ନଗରରେ ମାଗଣା ସ୍ୱାସ୍ଥ୍ୟ ଶିବିର, ରୋଗ ନିରାକରଣ ଓ ସଚେତନତା ଉପରେ ଗୁରୁତ୍ୱ ଦେଲେ ଡାକ୍ତର

  • ଭିଏସଏସ ନଗରରେ ସ୍ୱାସ୍ଥ୍ୟ ସେବାର ମହାକୁମ୍ଭ: ଶତାଧିକ ରୋଗୀଙ୍କୁ ମାଗଣା ଚିକିତ୍ସା

  • ଖୁସି ଡାଇବେଟିକ୍ କେୟାରର ମହତ ପ୍ରୟାସ; ମାଗଣା ଶିବିରରେ ପରାମର୍ଶ ଦେଲେ ବିଶେଷଜ୍ଞ

  • ସେବା ହିଁ ପରମ ଧର୍ମ: ଭୁବନେଶ୍ୱରରେ ବିଶ୍ୱେଶ୍ୱରୀ ମେଡ଼ିକାଲ୍ ଷ୍ଟୋର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ୱର : ସ୍ଥାନୀୟ ଭିଏସଏସ ନଗର ଅଞ୍ଚଳରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଓ ପରାମର୍ଶ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। “ଖୁସି ଡାଇବେଟିକ୍ କେୟାର” ଏବଂ “ବିଶ୍ୱେଶ୍ୱରୀ ମେଡ଼ିକାଲ୍ ଷ୍ଟୋର”ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଶତାଧିକ ରୋଗୀ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରିଛନ୍ତି।

ଏହି ସ୍ୱାସ୍ଥ୍ୟ ଶିବିରରେ ରାଜଧାନୀର ବିଭିନ୍ନ ପ୍ରତିଷ୍ଠିତ ଚିକିତ୍ସକ ଯୋଗଦେଇ ରୋଗୀଙ୍କୁ ସେବା ଯୋଗାଇଥିଲେ। ମେଡ଼ିସିନ୍ ଓ ଡାଇବେଟିକ୍ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପାତ୍ର, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୀମାଞ୍ଚଳ ଦାଶ, ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଗାଥା ମହାନ୍ତି ଏବଂ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଚିକିତ୍ସା କରିଥିଲେ। ସ୍ୱାସ୍ଥ୍ୟ ପରାମର୍ଶ ସହ ରୋଗର ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଡାକ୍ତରମାନେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଶିବିର ଅବସରରେ “ଖୁସି ଡାଇବେଟିକ୍ କେୟାର” ପକ୍ଷରୁ ରୋଗୀମାନଙ୍କର ମାଗଣାରେ ଡାଇବେଟିସ୍ ବା ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା। ସେହିପରି “ଅଗ୍ରୱାଲା ଆଇ ହସ୍ପିଟାଲ୍” ସହାୟତାରେ ରୋଗୀଙ୍କର ଚକ୍ଷୁ ପରୀକ୍ଷା ଓ ମାଗଣା ଚିକିତ୍ସା କରାଯାଇଥିଲା। ବିଶ୍ୱେଶ୍ୱରୀ ମେଡ଼ିକାଲ୍ ଷ୍ଟୋରର ତତ୍ତ୍ୱାବଧାରକ ଶ୍ରୀ ଅରୁଣ କୁମାର ଦାଶ ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଅଞ୍ଚଳବାସୀଙ୍କୁ ଏକାଠି ଏତେଗୁଡ଼ିଏ ବିଶେଷଜ୍ଞଙ୍କ ସେବା ଯୋଗାଇଦେବା ଭଳି ଏହି ସାମାଜିକ ପ୍ରୟାସକୁ ସାଧାରଣରେ ବହୁ ପ୍ରଶଂସା କରାଯାଇଛି।