BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୫୦ ଟଙ୍କା ବଢ଼ିଲା ଏଲ୍‌ପିଜି ଦର, ସାଧାରଣ ଗ୍ରାହକ ଏବଂ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଘରୋଇ ଏଲ୍‌ପିଜି ଦର ୫୦ ଟଙ୍କା ବଢ଼ାଇଛନ୍ତି। ଉଭୟ ସାଧାରଣ ଗ୍ରାହକ ଏବଂ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ୮ ତାରିଖ (ମଙ୍ଗଳବାର)ଠାରୁ ଏହାକୁ ଲାଗୁ କରାଯିବ। ଏଥିଯୋଗୁ ସାଧାରଣ ଗ୍ରାହକ ବ୍ୟବହାର କରୁଥିବା ଘରୋଇ ଏଲ୍‌ପିଜି ଦର ୮୦୩ ଟଙ୍କାରୁ ବୃଦ୍ଧି ଘଟି ୮୫୩ ଟଙ୍କାରେ ପହଞ୍ଚିଛି। ସେହିଭଳି ଉଜ୍ଜ୍ବଳା ଯୋଜନାରେ ପ୍ରଦାନ କରାଯାଉଥିବା ଏଲ୍‌ପିଜି ଦର ୫୦୦ ଟଙ୍କା ପରିବର୍ତ୍ତେ ୫୫୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଆଗାମୀ ଦିନରେ ପ୍ରତି ୨ରୁ ୩ ସପ୍ତାହରେ ଏହି ଦରର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।

ଭୁବନେଶ୍ବରରେ ବର୍ତ୍ତମାନ ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍‌ପିଜି ଦର ୮୨୯ ଟଙ୍କା ରହିଛି। ତେଣୁ ୫୦ ଟଙ୍କା ବୃଦ୍ଧି ପାଇଲେ ଏହା ୮୭୯ ଟଙ୍କା ସ୍ତରରେ ପହଞ୍ଚିବ। ଗୋଟିଏ ପଟେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ବଢ଼ାଇଛନ୍ତି। ଯଦିଓ ଏହାର ବୋଝ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଛି ଅନ୍ୟପଟେ କିନ୍ତୁ ଏଲ୍‌ପିଜି ଦର ବଢ଼ାଇ ସାଧାରଣ ଲୋକଙ୍କ ଉପରେ ଦରଦାମ ବୋଝକୁ ଲଦି ଦେଇଛନ୍ତି। ଗ୍ୟାସ ବିକ୍ରି ବାବଦରେ ତୈଳ କମ୍ପାନିଗୁଡ଼ିକ ସହିଥିବା ୪୩ ହଜାର କୋଟି ଟଙ୍କାର କ୍ଷତିର କିଛି ଅଂଶ ଭରଣା କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଗାମୀ ଦିନରେ ରନ୍ଧନ ଗ୍ୟାସ ଦର ବୃଦ୍ଧିର ସମୀକ୍ଷା ପ୍ରତି ୧୫ରୁ ୩୦ ଦିନରେ କରାଯିବ ବୋଲି ସେ କହିଛନ୍ତି।