BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପ୍ରେମରେ ମତୁଆଲା ଯୁବପିଢ଼ି, ଆଜି ରୋଜ ଡେ

ଭୁବନେଶ୍ୱର,୭/୨ : ପ୍ରେମ ସତ୍ୟ, ଶିବ,ସୁନ୍ଦର ଚିରନ୍ତନ ସତ୍ୟ।ପ୍ରେମରୁ ସୃଷ୍ଟି ହୋଇଛି ପୃଥିବୀ। ଆଦିମ କାଳରୁ ପ୍ରେମ କାଳଜୟୀ। ପୂରାଣ ଯୁଗ,ଆଦିଯୁଗ,ରୀତିଯୁଗ,ମଧ୍ୟଯୁଗ ଓ ବର୍ତ୍ତମାନ ଯୁଗରେ ପ୍ରେମର ପ୍ରକାର ଭେଦ ଦେଖାଯାଏ। ଆଧୁନିକ ଯୁଗରେ ପ୍ରତ୍ୟକ୍ଷ ପ୍ରେମ ପରିବର୍ତ୍ତେ ପରୋକ୍ଷ ପ୍ରେମର ପ୍ରାଧାନ୍ୟତା ଦେଖାଯାଏ। ବିଶେଷ କରି ମୋବାଇଲ ହେଉଛି ପ୍ରେମର ମୂଳ ଅସ୍ତ୍ର। ହେଲେବି ସାମ୍ନା ସାମ୍ନା ଦେଖା ଛବି ଦେଖା ମଧ୍ୟରେ ରହିଛି ଆକାଶ ପାତାଳ ପ୍ରଭେଦ। ଦୁଇଟି ମନକୁ ମିଶାଇବା ପାଇଁ ଆବଶ୍ୟକତା ହେଉଥିବା ମାଧ୍ୟମ ମଧ୍ୟରେ ପୁଷ୍ପ ହେଉଛି ଏକ ବଡ ଉପଯୋଗୀ ଅସ୍ତ୍ର। ସେଥିପାଇଁ ଆଜିର ଯୁବପିଢ଼ି ଗୋଲାପ ବା ରୋଜରୁ ଆରମ୍ଭ କରନ୍ତି ପ୍ରେମ। ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଜ୍‌ ଡେ’ରେ ପ୍ରେମୀଯୁଗଳ ନିଜ ମନକଥା ଗୋଲାପ ଜରିଆରେ ସାଥୀ ନିକଟରେ ପ୍ରକାଶ କରିଥାନ୍ତି। କିନ୍ତୁ ଜାଣିଛନ୍ତି ଗୋଲାପ ଖାଲି ପ୍ରେମକୁ ସୁଦୃଢ଼ କରେ ନାହିଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ।
ଗୋଲାପକୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଏହା ସୁନିଦ୍ରା ଆଣିବା ସହ ଚେହେରାରେ ଚମକ ଆଣିଥାଏ। ଗୋଲାପର ବାସ୍ନା ପଢ଼ିବା ପାଇଁ ମନରେ ଏକାଗ୍ରତା ଆଣିଥାଏ।