BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପୁଣି ଶାଶୁ ଘର ଆଗରେ ବସିଲେ ତପସ୍ବିନୀ

ବ୍ରହ୍ମପୁର ,୧୮ା୧୨: ବହୁଚର୍ଚ୍ଚିତ ଡା. ସୁମିିତ ସାହୁ- ତପସ୍ବିନୀ ଦାଶ ପାରିବାରିକ ମାମଲା ତୁଟିବା ନାଁ ଧରୁନି। ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଛି। ଶୁକ୍ରବାର ତପସ୍ବିନୀ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ଶୁଣାଣି ଘୁଞ୍ଚିବାରୁ ଅନ୍ୟ ଉପାୟ ନ ପାଇ ପୁଣି ଶାଶୁଘର ଆଗରେ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ ଉପର କୋର୍ଟକୁ ଯାଇଛନ୍ତି।
ସ୍ବାମୀଙ୍କ ସହ ରହିବା ପାଇଁ ତପସ୍ବିନୀ ଗତ ୨୬ ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଶୁକ୍ରବାର ଏହାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ତେଣୁ ତପସ୍ବିନୀ ସମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହିତ କୋର୍ଟରେ ହାଜର ହୋଇଥିଲେ। ସନ୍ଧ୍ୟାରେ କୋର୍ଟ ମୂଳ ପିଟଶନ ଶୁଣାଣି ଆସନ୍ତା ୨୦ତାରିଖକୁ ଘୁଞ୍ଚିଲା ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡା. ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ, ପ୍ରଦୀପ କୁମାର ବେହେରା ଶୁକ୍ରବାର ଆଉ ଏକ ପିଟିଶନ ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଯୋଗୁ ଡା. ସୁମିତଙ୍କ ବିରୋଧରେ କ୍ରିମିନାଲ କେସ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା। ଏହାସହିତ ତପସ୍ବିନୀଙ୍କ ରହିବା ପାଇଁ ଡା. ସୁମିତ ବ୍ୟବସ୍ଥା କରିନାହାନ୍ତି। ତେଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତପସ୍ବିନୀଙ୍କୁ ଶାଶୁଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ଭରଣପୋଷଣ ବାବଦକୁ ମାସିକ ୫୦ହଜାର ଟଙ୍କା ଦେବାକୁ ପିଟିଶନରେ ଉଲ୍ଲେଖ କରାଯାଇଛି। ଏହି ପିଟଶନ ଶୁଣାଣି କରି କୋର୍ଟ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ସମୟରେ କୋର୍ଟରେ ମଧ୍ୟ ପିଟିଶନ ଆବେଦନ କରିପାରିବେ ବୋଲି କହିଛନ୍ତି। ଏଭଳି ନିର୍ଦ୍ଦେଶ ଜାରି ପରେ ରାତି ପ୍ରାୟ ସାଢ଼େ ୯ଟାରେ ତପସ୍ବିନୀ ପ୍ରମିଳାଙ୍କ ସହିତ ବ୍ରହ୍ମାନଗରସ୍ଥିତ ଶାଶୁଘର ଆଗରେ ବସିଛନ୍ତି। ଅନ୍ୟପଟେ ଶୁକ୍ରବାର ଡା. ସୁମିତଙ୍କ ତରଫରୁ ଆଇନଜଜୀବୀ ଦେବସ୍ନାନ ଦାଶ ଜିଲାଜଜ କୋର୍ଟରେ ଏକ ପିଟିଶନ ରୁଜୁ କରିଛନ୍ତି। ବ୍ରହ୍ମପୁର ଏସଡିଜେଏମ ଗତ ୨ ଓ ୯ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ଜିଲାଜଜ କୋର୍ଟରେ ଅପିଲ କରାଯାଇଛି। ଏସଡିଜେଏମ ଦେଇଥିବା ନିର୍ଦ୍ଦେଶ ଖାରଜ କରିବା ପାଇଁ ଅନୁରୋଧ କରାଯାଇଥିବା ଆଇନଜୀବୀ ଦାଶ କହିଛନ୍ତି। ଏହି ପିଟିଶନ ଶୁଣାଣି ଆସନ୍ତା ୨୭ତାରିଖକୁ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି