BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ତପସ୍ବିନୀଙ୍କୁ ଛାଡି କୁଆଡେ ଗଲେ ସୁମିତ

ଆସିକା,୧୦।୧୨(ବ୍ୟୁରୋ): ଶୁକ୍ରବାର ସକାଳୁ ଡାକ୍ତର ସୁମିତ ହସ୍ପିଟାଲ ଯାଇ ଅତିଥି ଭବନକୁ ଫେରିନାହାନ୍ତି। ଏହାକୁ ନେଇ ତପସ୍ବିନୀ ସନ୍ଦେହ ପ୍ରକାଶ କରିଛନ୍ତି। ଡାକ୍ତର ସୁମିତଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଆସିକା ପୋଲିସକୁ ପଚାରିବାରୁ ପୋଲିସ ନିକଟରେ ଅପହରଣ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ଅପରପକ୍ଷେ ଶୁକ୍ରବାର ଅପରାହ୍ନରେ ତପସ୍ବିନୀ ଡାକ୍ତର ସୁମିତ ଫେରି ନ ଥିବା ସମ୍ପର୍କରେ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ତେବେ ଡାକ୍ତର ସୁମିତ ଛୁଟିରେ ଯାଇଥିବା ଜଣାପଡିଛି ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁ ଘରେ ସ୍ବାମୀଙ୍କ ସହ ରହିବାକୁ ଦାବି କରି ତପସ୍ବିନୀ ଦୀର୍ଘ ଦିନ ଧରି ଶଶୁର ଘର ବାରଣ୍ଡାରେ ଧାରଣା ଦେଇଥିଲେ। ମାମଲା କୋର୍ଟରେ ପହଞ୍ଚି ଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ଦାସ ଗତ ୩ ତାରିଖରୁ ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ସହ ପୋଲିସ ସୁରକ୍ଷା ମଧ୍ୟରେ ରହୁ ଥିଲେ। ସେହିଦିନଠାରୁ ଡାକ୍ତର ସୁମିତ ଆସିକା ବ୍ଲକ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇରୋଗୀଙ୍କ ଚିକିତ୍ସା ପରେ ଅତିଥି ଭବନକୁ ରିତିମତ ଫେରୁଥିଲେ।