BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ, ଭକ୍ତମାନେ ୧୪ ଦିନ ଧରି ପାଇବେ ଶ୍ରୀଜଗନ୍ନାଥ ଦର୍ଶନ ସମ ଫଳ

ବ୍ରହ୍ମଗିରି : ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଅଲାରନାଥ ମହାପ୍ରଭୁଙ୍କ ଅନବସର ଦର୍ଶନ। ଦେବସ୍ନାନ ପୂର୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତି ଅଣସର ଗୃହରେ ବିଶ୍ରାମ ନିଅନ୍ତି ଏବଂ ଏହି ଅବସରରେ ଭକ୍ତମାନେ ଦେଖିପାରନ୍ତି ଠାକୁର ଶିଳା ବ୍ରହ୍ମ ଚତୁର୍ଭୁଜ ନାରାୟଣ ରୂପ ଅର୍ଥାତ୍ ଶ୍ରୀଅଲାରନାଥଙ୍କୁ।

ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଖୋଲିଥିବା ପରେ ୪.୧୫ ମିନିଟରେ ମଙ୍ଗଳ ଆଳତୀ, ତଡ଼ପ ଲାଗି, ଅବକାଶ, ବେଶ ଓ ତୁଳସୀ ଲାଗି ସେବା ସମ୍ପନ୍ନ ହୋଇଥିଲା । ସାଢେ ୫ଟାରେ ଗୋପାଳ ବଲ୍ଲଭ ପୂର୍ଣ୍ଣ ହେବା ପରେ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏହି ଅବସରରେ ଶ୍ରୀମନ୍ଦିର ପରିବେଶ ପରି ଅଲାରନାଥ ପୀଠରେ ମଧ୍ୟ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖାଯାଉଛି।ଏହି ୧୪ ଦିନ ଅନ୍ତର୍ଗତ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମାନ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ସେପଟେ ଶ୍ରୀଜୀଉମାନେ ଅଣସର ଘରେ ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି। ବର୍ଷ କରେ ୩୬୫ ଦିନ ମଧ୍ୟରୁ ୩୫୦ ଦିନ ଜଗନ୍ନାଙ୍କୁ ଦର୍ଶନ କରିବା ଯାହା ଅନବସର ସମୟରେ ୧୪ ଦିନ ଭିତରେ ଅଲାରନାଥଙ୍କୁ ଦର୍ଶନ କରିବା ସମାନ ବୋଲି ଭକ୍ତ ମନରେ ବିଶ୍ୱାସ ନେଇ ଛୁଟି ଆସିଥାନ୍ତି। ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପଲଟିଯାଏ ଦ୍ଵିତୀୟ ଶ୍ରୀକ୍ଷେତ୍ର।ଯାହାକୁ ଠାକୁରଙ୍କ ମାନବୀୟ ଲୀଳା ଅତୁଟ ରହିଥିବା ଏକ ଦେଖଣା ଦୃଷ୍ଟାନ୍ତ ଭାବେ ବ୍ୟାଖ୍ୟା କରାଯାଏ।

ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଦ୍ୱାରା ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରାଙ୍ଗଣରେ ବ୍ୟବସ୍ଥିତ ଆଲୋକ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ରହିଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ