BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଅୟସ କରିବା ପାଇଁ ଚୋରି, ଧରାହେଲେ ଏମବିଏ ଛାତ୍ରୀ

ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ୁଥିଲେ ମଧ୍ୟ ଅୟସ ଜୀବନ ବିତାଇବା ଲାଗି ଚୋରି ପେସାକୁ ଆପଣାଇଥିଲେ। ହଷ୍ଟେଲରେ ରହି ଅନ୍ୟମାନଙ୍କ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଆଦି ଚୋରି କରୁଥିଲେ। ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ସମ୍ପୃକ୍ତ ଏମ୍‌ବିଏ ଛାତ୍ରୀ। ଇନ୍‌ଫୋସିଟି ଥାନା ପୋଲିସ ଅଭିଯୁକ୍ତ ଛାତ୍ରୀ ପଶ୍ଚିମବଙ୍ଗର ପୂଜା ଶାହା ଓ ତାଙ୍କ ସହଯୋଗୀ ଭୁବନେଶ୍ୱରରେ ରହୁଥିବା ଅହମ୍ମଦ ହୁସେନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ବିଭିନ୍ନ କମ୍ପାନୀର ୪ଟି ଦାମୀ ମୋବାଇଲ ଓ ୩ଟି ଲାପଟପ ଜବତ କରଛି। ଏନେଇ ପୋଲିସ ମାମଲା (ନଂ. ୨୮୯/୨୨) ରୁଜୁ କରି ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ପୂଜା ବିଶେଷକରି ମୋବାଇଲ୍‌ ଫୋନ୍‌ ଓ ଲାପ୍‌ଟପ୍‌କୁ ଟାର୍ଗେଟ କରନ୍ତି। ଧରା ନ ପଡ଼ିବା ଲାଗି ଚୋରି ପରେ ସଙ୍ଗେସଙ୍ଗେ ସେଗୁଡିକୁ ସହଯୋଗୀ ହୁସେନଙ୍କୁ ବିକ୍ରି କରି ଟଙ୍କା ଆଣିଥାନ୍ତି। ଏହାପରେ ହୁସେନ ଉକ୍ତ ମୋବାଇଲଗୁଡିକୁ ପଶ୍ଚିମବଙ୍ଗ ନେଇ ବିକ୍ରି କରି ପୁଣି ଭୁବନେଶ୍ୱର ଚାଲି ଆସୁଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
ସୂଚନାନୁସାରେ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଉକ୍ତ ଘରୋଇ ବିଶ୍ୱବିଦ୍ୟାଳୟରେ ବାରମ୍ବାର ଚୋରି ଅଭିଯୋଗ ହେଉଥିଲା। ଗତ ୨୦ ତାରିଖରେ ହଷ୍ଟେଲର ବ୍ଲକ୍‌-ଡିରେ ରହୁଥିବା ୨ ଛାତ୍ରୀ ରୁମ୍‌ରେ ନ ଥିବାବେଳେ ତାଙ୍କର ୨ଟି ଲାପ୍‌ଟପ୍‌ ଚୋରି ହୋଇଥିଲା। ଛାତ୍ରୀଦ୍ୱୟ ସହପାଠିନୀ ପୂଜାଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚାରିଥିଲେ। ହେଲେ ପୂଜା ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଦ୍ୱୟଙ୍କୁ ଠେଲାପେଲା କରିଥିଲେ। ଏହି ସମୟରେ ଛାତ୍ରୀଦ୍ୱୟ ପୂଜାଙ୍କ ମୋବାଇଲ ଛଡାଇ ଆଣି ଯାଞ୍ଚ କଲାବେଳେ ବହୁ ପରିମାଣର ଟଙ୍କା ନେଣଦେଣ ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ସେମାନେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୂଜା ଶାହା ଉପରେ ସନ୍ଦେହ ଥିବା ପୋଲିସ ଆଗରେ କହିଥିଲେ। ପୋଲିସ କେତେଜଣ ଛାତ୍ରୀଙ୍କୁ ପଚରାଉଚରା କରିବା ପରେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ପୂଜାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ପୂଜାଙ୍କ କଥାରେ ତାଳମେଳ ନ ରହିବାରୁ ପୋଲିସ ତାଙ୍କୁ ଥାନାରେ ବସାଇ ଅଧିକ ପଚରାଉଚରା କରିଥିଲା। ଶେଷରେ ସେ ଚୋରି କରିଥିବା ମାନିବା ସହ ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପୋଲିସ ତାଙ୍କ ରୁମ୍‌ରୁ ୨ଟି ଲାପ୍‌ଟପ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଏବଂ ସହଯୋଗୀ ଅହମ୍ମଦ ହୁସେନ୍‌ଙ୍କଠାରୁ ଗୋଟିଏ ଲାପ୍‌ଟପ୍‌ ଓ ୨ଟି ମୋବାଇଲ୍‌ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା।