BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବ୍ରିଟେନ ରାଜାଙ୍କ ରାଜ୍ୟାଭିଷେକ

ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ମହା ଆଡ଼ମ୍ବର ସହକାରେ ପାଳନ ହୋଇଛି। ଚାଲର୍‌ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର ଐତିହାସିକ ରାଜ କ୍ୟାଥେଡ୍ରାଲ ଆବେରେ ପହଞ୍ଚିଥିଲେ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ବହୁ ସଂଖ୍ୟକ ଲୋକ ତାଙ୍କୁ ସ୍ବାଗତ କରିଥିଲେ। ସ୍ଥାନୀୟ ସମୟ ୧୦ଟା ୨୦ରେ ଚାଲର୍‌ସଙ୍କ ପ୍ରଶେସନ ସେଣ୍ଟ୍ରାଲ ଲଣ୍ଡନସ୍ଥିତ ବକିଂହାମ ପ୍ୟାଲେସରୁ ଓ୍ବେଷ୍ଟମିନଷ୍ଟର ଆବେ ଅଭିମୁଖେ ଆସିଥିଲେ। ମଧ୍ୟାହ୍ନରେ ଇଂଲଣ୍ଡ ଚର୍ଚ୍ଚର ଉଚ୍ଚପଦରେ ଥିବା କ୍ଲେରିକ ଏବଂ କାଣ୍ଟେରବରି ଜଷ୍ଟିନ ଓ୍ବେଲବିର ଆର୍ଚବିଶପ ଚାଲର୍ସଙ୍କୁ ରାଜମୁକୁଟ ପିନ୍ଧାଇବା ସହ ଶପଥ ପାଠ କରାଇଥିଲେ।
ଏହି ଅବସରରେ, ବିଶ୍ୱର କୋଣ ଅନୁକୋଣରୁ ବହୁ ଅତିଥି ସଂଗୀତ ବାତାବରଣ ମଧ୍ୟରେ ୱେଷ୍ଟମିନଷ୍ଟର ଆବେରେ ପହଞ୍ଚିଥିଲେ। ରାଜ ପରିବାରର ସଦସ୍ୟ ତଥା ବିଭିନ୍ନ ରାଜ୍ୟ ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ସୈନ୍ୟମାନେ ବାହାରେ ଧାଡ଼ି ବାନ୍ଧିଥିଲେ। କ୍ୟାଣ୍ଟରବରିର ଆର୍ଚବିଶପଙ୍କ ପ୍ରାର୍ଥନା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ଦ୍ଦିଷ୍ଟ ପରମ୍ପରା ଅନୁଯାୟୀ ‘ବାଇବଲ ଅଫ କୁଲୁସୀୟ’ ପୁସ୍ତକରୁ ଏକ ବାର୍ତ୍ତା ପଢ଼ିଥିଲେ।