ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ
ପରିଦର୍ଶନ କଲେ ଓଡିଶା ଷ୍ଟଲ, ବୁଲି ଦେଖିଲେ ବାଲୁକା ଶିଳ୍ପ
ମୁମ୍ବାଇ: ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ। ଏହା ସର୍ବଦା ଓଡିଶାବାସୀଙ୍କୁ ଅନୁପ୍ରାଣିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି। ଉତ୍କଳର ସେହି ବୀର ସାଧବ ମାନେ ବୋଇତ ଦ୍ୱାରା ବାଲି, ଜାଭା, ସୁମାତ୍ରା ଓ ଥାଇଲାଣ୍ଡ ସହ ବାଣିଜ୍ୟ ସମ୍ପର୍କ ସ୍ଥାପନ କରି ନିଜ ଦେଶକୁ ଅମାପ ଧନ ସମ୍ପଦ ଆଣି ଆସୁଥିଲେ । ଏପରିକି ଶ୍ରୀଲଙ୍କା ଓ ଦକ୍ଷିଣ ପୂର୍ବ ଏସିଆ ସହ ଆମର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କ ଥିବା ପତ୍ନତତ୍ତ୍ୱ ଖନନରୁ ଜଣାପଡିଛି। ବୋଇତ ବନ୍ଦାଣ ଓ ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ଭାବେ ପରିଚିତ କଟକ ବାଲିଯାତ୍ରା ପ୍ରାଚୀନ ନୌବାଣିଜ୍ୟର ପରିଚୟ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି।
Live: NMHC Maritime Heritage Day at India Maritime Week 2025 | Mumbai https://t.co/jUrs5d1U7y
— Ministry of Ports, Shipping and Waterways (@shipmin_india) October 28, 2025
ମୁମ୍ବାଇ ଠାରେ ଆୟୋଜିତ ଇଣ୍ଡିଆ ମାରିଟାଇମ ୨୦୨୫ରେ ଯୋଗଦେବା ଅବସରରେ ଭାରତର ନୌବାଣିଜ୍ୟ ସମ୍ପର୍କ ଉପରେ ବକ୍ତବ୍ୟ ରଖି ସେ ଏହା କହିଛନ୍ତି । ଚଳିତ ବର୍ଷ କଟକ ବାଲିଯାତ୍ରା ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏବଂ ଏହାକୁ ଦେଖିବାକୁ ଆସିବାକୁ ଉପସ୍ଥିତ ସମସ୍ତଙ୍କୁ ସେ ଆମନ୍ତ୍ରଣ ଜଣାଇଥିଲେ। ଏଥିରେ ଆମ କଳା, ସଂସ୍କୃତି, ଭାସ୍କର୍ଯ୍ୟ, ବୟନ ଓ ସ୍ୱାଦିଷ୍ଟ ଖାଦ୍ୟର ମହନୀୟତା ପ୍ରତିଫଳିତ ହୋଇଥାଏ ବୋଲି ସେ କହିଥିଲେ।
ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଖୋଲାଯାଇଥିବା ପାଭିଲିୟନ ପରିଦର୍ଶନ କରିଥିଲେl ଓଡିଶାର ଗୌରବୋଜ୍ଜଳ ନୌବାଣିଜ୍ୟ ପରମ୍ପରା ଉପରେ ଆଧାରିତ ଏହି ଷ୍ଟଲ୍ ଖୋଲାଯାଇଛି l ଓଡ଼ିଶା ପାଭିଲିୟନ୍ ରାଜ୍ୟର ଉଲ୍ଲେଖନୀୟ ସାମୁଦ୍ରିକ ଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଭାବଶାଳୀ ପ୍ରଦର୍ଶନ ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି l
ମୁମ୍ବାଇ ନେସ୍କୋ ଗ୍ରାଉଣ୍ଡରେ ଆୟୋଜିତ ମାରିଟାଇମ୍ ସପ୍ତାହ ୨୦୨୫ରେ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ୫୦,୦୦୦ କୋଟି ଟଙ୍କାର ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପାରାଦ୍ୱୀପ ପୋର୍ଟ ଅଥରିଟି ଓ ଓଡ଼ିଶା ମାରିଟାଇମ୍ ବୋର୍ଡ ଓଡ଼ିଶାରେ ଜାହାଜ ନିର୍ମାଣ କ୍ଲଷ୍ଟର୍, ଗଞ୍ଜାମ ଜିଲ୍ଲା ଚିକିଟିଠାରେ ବହୁଦା ସାଟେଲାଇଟ୍ ବନ୍ଦର…
— Pravati Parida (@PravatiPOdisha) October 28, 2025
ଓଡ଼ିଶାର ସାମୁଦ୍ରିକ ବିକାଶ ପାଇଁ ସମନ୍ୱିତ ଆଭିମୁଖ୍ୟ ରାଜ୍ୟକୁ ଭାରତର ପୂର୍ବ ସାମୁଦ୍ରିକ କରିଡରରେ ଏକ ଅଗ୍ରଣୀ କେନ୍ଦ୍ର ଭାବରେ ସ୍ଥାନିତ କରୁଛି । ଆମର ଦୃଷ୍ଟିକୋଣ ହେଉଛି ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ସହିତ ଓଡ଼ିଶାର ନୀଳ ଅର୍ଥନୀତି ପାଇଁ ଏକ ଆଧୁନିକ, ସ୍ଥାୟୀ ଏବଂ ବିଶ୍ୱ ସ୍ତରରେ ସଂଯୁକ୍ତ ଭବିଷ୍ୟତକୁ ପରିଚାଳନା କରିବା। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, ଆଧୁନିକ ବନ୍ଦର ଭିତ୍ତିଭୂମି ଏବଂ ମହତ୍ୱାକାଂକ୍ଷୀ ନୀଳ ଅର୍ଥନୀତି ରୋଡମ୍ୟାପ୍ ଉପରେ ସେ ଆଲୋକପାତ କରିଥିଲେ।
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @sarbanandsonwal ଜୀ ଏବଂ ଶ୍ରୀ @Shantanu_bjp ଜୀ ଙ୍କ ଉପସ୍ଥିତିରେ #IndiaMaritimeWeek2025 ଅବସରରେ ଆୟୋଜିତ ମାରିଟାଇମ୍ ହେରିଟେଜ୍ ଡେ’ର ଉଦ୍ଘାଟନରେ ଯୋଗଦେବାର ସୁଯୋଗ ମିଳିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତର ସମୃଦ୍ଧ ସାମୁଦ୍ରିକ ଇତିହାସର ଗୌରବମୟ… pic.twitter.com/0FEIpybko0
— Pravati Parida (@PravatiPOdisha) October 28, 2025
ସେ କହିଥିଲେ ଯେ କଳିଙ୍ଗର ପ୍ରାଚୀନ ସାମୁଦ୍ରିକ ଦକ୍ଷତାଠାରୁ ଆରମ୍ଭ କରି ଆମର ଆଜିର ବିଶ୍ୱ ବାଣିଜ୍ୟ ସଂଯୋଗ ପର୍ଯ୍ୟନ୍ତ, ଓଡ଼ିଶାର ଉପକୂଳ ଐତିହ୍ୟ ପ୍ରଗତିକୁ ପ୍ରେରଣା ଦେଇ ଚାଲିଛି। ବିଶ୍ୱସ୍ତରୀୟ ବନ୍ଦର ଏବଂ ସ୍ଥାୟୀ ନୀଳ ଅଭିବୃଦ୍ଧି ପାଇଁ ଏକ ରଣନୈତିକ ଦୃଷ୍ଟିକୋଣ ସହିତ, ରାଜ୍ୟ ଭାରତର ପୂର୍ବ ସାମୁଦ୍ରିକ ପୁନରୁତ୍ଥାନର ଏକ ପ୍ରମୁଖ ବାହକ ଭାବରେ ଠିଆ ହୋଇଛିl ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ସ୍ଵାଗତ ଜଣାଇଥିଲେ ଓ ପାଭିଲିୟାନରେ ପ୍ରଦର୍ଶିତ ତଥ୍ୟ ସମ୍ପର୍କରେସୂଚନାଦେଇଥିଲେ।
Visited the magnificent sand art created by Padma Shri @sudarsansand at #IndiaMaritimeWeek2025, portraying “Bali Jatra – Odisha to Indonesia: Voyage of Heritage.”
The artwork beautifully captures Odisha’s glorious maritime legacy, symbolizing the spirit of adventure, trade, and… pic.twitter.com/44Kdd2emnC
— Pravati Parida (@PravatiPOdisha) October 28, 2025
ଏହାପରେ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ଖୋଲା ଯାଇଥିବା ପାଭିଲିୟନ ଓ ବାଣିଜ୍ୟ ଓ ପରିବହନ ବିଭାଗ ଆନୁକୁଲ୍ୟରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଓଡିଶା ନୌବାଣିଜ୍ୟ ଉପରେ ଆଧାରିତ ବାଲୁକା କଳା ବୁଲି ଦେଖିବା ସହ ସେ ଖୁସିବ୍ୟକ୍ତ କରିଥିଲେ।