BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ପ୍ରଥମ ଶ୍ରାବଣ ସୋମବାର, ଜଳଲାଗି ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆଜି ଶ୍ରାବଣର ପ୍ରଥମ ସୋମବାର। କାଉଡିଆଙ୍କ ବୋଲ ବମ୍‌ ହର୍‌ ହର୍‌ ବମ୍‌, ଭୋଲା ବାବା ପାର୍‌ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ଶୈବପୀଠ। ଦୀର୍ଘ ୨ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଅନୁଷ୍ଠିତ ହେଉଛି ବୋଲବମ୍‌ ଯାତ୍ରା।
ପାଣି ଢ଼ାଳିବା ପାଇଁ ଶିବଭକ୍ତମାନେ ବଡ଼ ଉତ୍ସାହର ସହ ଶୈବପୀଠକୁ ଯାତ୍ରା କରିଛନ୍ତି। ରବିବାର ଦିନରୁ ରାତି ସାରା ରାଜଧାନୀ ରାଜରାସ୍ତାରେ କାଉଡ଼ିଆମାନେ ଯାଉଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ରାଜଧାନୀର ବିଭିନ୍ନ ଶୈବପୀଠରେ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରାଯାଇଛି।
ଅନ୍ୟପକ୍ଷରେ ଜଳାଭିଷେକ ଲାଗି ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଭିଡକୁ ଲକ୍ଷ କରି କମିସନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ପାଣି ଢାଳିବା ପାଇଁ ୪ ସପ୍ତାହ ଯାଏଁ ଭିଡ଼ ରହିବ ।
ଏହିପାଇଁ ସହର ସାରା ରୁଟ ଲାଇନିଂ ବ୍ୟବସ୍ଥା ସହ ଟ୍ରାଫିକ ମ୍ୟାନେଜମେଣ୍ଟ କରାଯିବ । ମନ୍ଦିର ଭିତରେ ଓ ବାହାରେ ଓଡ୍ରାଫ ସହ ଫାୟାର ଓ ମୋବାଇଲ ମେଡିକାଲ ୟୁନିଟ ବ୍ୟବସ୍ଥା କରାଯାଇଛି। ସେହିଭଳି ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି ।
ଏଥିସହ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୫ ଏସିପି, ୮ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୋଲିସ ଫୋର୍ସ, ୫୦ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ। ମହିଳା ଭକ୍ତଙ୍କ ପାଇଁ ମହିଳା ପୋଲିସ ଫୋର୍ସ ଓ ମହିଳା ପୋଲିସ ଅଫିସର ମଧ୍ୟ ନିଯୁକ୍ତି କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।