BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଏମସି ଦେଲା ଅନୁମତି। ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା।

ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ): ପବିତ୍ର ଅକ୍ଷୟ ତୃତୀୟାରୁ ୨୨ଦିନ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଦିଅଁଙ୍କର ଏହି ଯାତ୍ରା ପାଇଁ ବିଏମ୍‌ସି ଅନୁମତି ପ୍ରଦାନ କରିଛି। କରୋନା ମାର୍ଗଦର୍ଶିକା ଅନୁସାରେ ଦିଅଁଙ୍କ ଯାତ୍ରା ସୀମିତ ସେବାୟତଙ୍କୁ ନେଇ ପାଳନ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଲାଗି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି।

ବିନା ଭକ୍ତରେ ଦିଅଁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ୧୫ଜଣ ସେବାୟତଙ୍କୁ ନେଇ ଯାତ୍ରା ପାଳନ କରାଯିବ। ଏଥିରେ ସାମିଲ ସେବାୟତଙ୍କ ୪୮ଘଣ୍ଟା ଭିତରେ କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଆସିଥିବା ଜରୁରୀ। ଚନ୍ଦନ ଯାତ୍ରା ପୂର୍ବରୁ ମନ୍ଦିର ପ୍ରଶାସନ ବିଏମ୍‌ସି ସହାୟତାରେ ଡଙ୍ଗାକୁ ବିଶୋଧନ କରିବେ। ଯାତ୍ରାରେ ସମସ୍ତ ସେବାୟତ ତୁଣ୍ଡି( ମାସ୍କ) ବ୍ୟବହାର କରିବା ସହ ୬ଫୁଟ ଦୂରତ୍ୱ ବଜାୟ ରଖିବେ। ଯାତ୍ରାରେ କୌଣସି ସେବାୟତ ପାନ ଓ ଗୁଟ୍‌ଖା ବ୍ୟବହାର କରିବେ ନାହିଁ। ପ୍ରତିଦିନ ଯାତ୍ରାରେ ମନ୍ଦିର ପ୍ରଶାସନ ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ କରିବେ। ଯଦି କୌଣସି ସେବାୟତଙ୍କ ଛିଙ୍କ, ଥଣ୍ଡା ,ସର୍ଦି ଓ କାଶ ଲକ୍ଷଣ ଅନୁଭୂତ ହୁଏ ତେବେ ତାଙ୍କୁ ଯାତ୍ରାରେ ସାମିଲ କରାଯିବ ନାହିଁ। ଚନ୍ଦନ ଯାତ୍ରାରେ କେବଳ ନୀତିକାନ୍ତି ଓ ପରମ୍ପରା ରକ୍ଷା କରାଯିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ନାହିଁ। ଏପରିକି ଯାତ୍ରା ସମୟରେ କୌଣସି ପାଣି ପାଉଚ ବ୍ୟବହାର ହେବ ନାହିଁ। ଏଥିରେ ଖିଲାପ ହେଲେ ବିଏମ୍‌ସି ଯାତ୍ରା ପାଇଁ ଜାରି କରିଥିବା ମାର୍ଗଦର୍ଶିକାକୁ ରଦ୍ଦ କରିଦେବ ବୋଲି କୁହାଯାଇଛି।