BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ

ନୂଆଦିଲ୍ଲୀ : ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ। ଭାଜପା ଶାସନ ସମୟରେ ବହୁ ଓଡ଼ିଆଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ମିଳିଛି। ଏହି କ୍ରମରେ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଚେୟାରମ୍ୟାନ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ ଶୁକ୍ରବାର ଭାରତ ସରକାର ନିଯୁକ୍ତ କରିଛନ୍ତି। ସେ ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଜଣାପଡ଼ିଛି। ୨୦୨୫ ଜୁନ୍‌ ୭ ପର୍ଯ୍ୟନ୍ତ ସେ ଏଲ୍‌ଆଇସିର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ସିଦ୍ଧାର୍ଥ ୨୦୨୩ ମାର୍ଚ୍ଚରେ ୩ ମାସ ପାଇଁ ଏଲ୍‌ଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଉଲ୍ଲେଖଯୋଗ୍ୟ, ଏଲ୍‌ଆଇସିର ୪ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ସିଦ୍ଧାର୍ଥ ଅନ୍ୟତମ ବୋଲି ଏଲ୍‌ଆଇସି ପକ୍ଷରୁ କୁହାଯାଇଛି। ଏଲ୍‌ଆଇସିର ୪ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥାଏ। ଅପରପକ୍ଷରେ ସିଦ୍ଧାର୍ଥ ମହାନ୍ତି ୧୯୮୫ରେ ଏଲ୍‌ଆଇସିର ଜଣେ ଆର୍‌ଓ ଭାବେ ନିଯୁକ୍ତି ପାଇବା ସହ ଏଲ୍‌ଆଇସିର ମାର୍କେଟିଂ, ମାନବ ସମ୍ବଳ, ନିବେଶ, ଆଇନ ଏବଂ ସାଧାରଣ ବିଭାଗ ଇତ୍ୟାଦିରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଫେବୃୟାରୀରେ ସିଦ୍ଧାର୍ଥ ଏଲ୍‌ଆଇସିର ଏମ୍‌ଡି ଭାବେ ନିଯୁକ୍ତ ହୋଇଥିଲେ। ଏହା ହେବା ପୂର୍ବରୁ ସେ ଏଲ୍‌ଆଇସି ହାଉସିଂ ଫାଇନାନ୍ସର ଏମ୍‌ଡି ତଥା ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।