BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦ ଲିଡିଙ୍ଗ ଏଜ ପକ୍ଷରୁ ଫ୍ୟାସନ କର୍ଣ୍ଣିଭାଲ୍ ଅନୁଷ୍ଠିତ

ଭୁବନେଶ୍ୱର : ଦ ଲିଡିଙ୍ଗ ଏଜ ପକ୍ଷରୁ ପଟିଆ ସ୍ଥିତ ‘କ୍ରିଷ୍ଟାଲ କ୍ରାଉନ ଠାରେ ଇଣ୍ଡିଆ ଫ୍ୟାସନ କାର୍ଣ୍ଣିଭାଲ ଅନୁଷ୍ଠିତ ହୋଇଯାଇଛି। ଓଡିଶାର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହିତ ପ୍ରଚାର ଓ ପ୍ରସାର ପାଇଁ ଦ ଲିଡିଙ୍ଗ ଏଜ ନୂତନ ପଦକ୍ଷେପ ସ୍ବରୂପ ଏହି ଫ୍ୟାସନ୍ କାର୍ଣ୍ଣିଭାଲ ଆରମ୍ଭ କରିଛି । ଏହା ଦେଶ ତଥା ରାଜ୍ୟର ପ୍ରଥମ ରିଏଲିଟି ଶୋ। ଯେଉଁଥିରେ ଇଣ୍ଟରନ୍ୟାସନାଲ ଫ୍ୟାସନ କୋରିଓଗ୍ରାଫର ଲୋକେଶ ଶର୍ମା , ର୍ୟାପର ବିଗ୍ ଡିଲ ଏବଂ ବହୁ ଫ୍ୟାସନ ଡିଜାଇନରମାନେ ଯୋଗଦେଇଛନ୍ତି। ଓଡ଼ିଶାର ସଂସ୍କୃତି ପରମ୍ପରା ସହିତ ଜଡିତ ରହିଥିବା ବିଭିନ୍ନ ପୋଷାକ ପରିଧାନ କରି ଫ୍ୟାସନରମାନେ ରାମ୍ପ ଶୋ ରେ ଚାଲିଥିଲେ। ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା। ଓଡିଶା ହେଉଛି କଳା ସଂସ୍କୃତିର ରାଜ୍ୟ। ଲୋକାଲ ଫର ଭୋକାଲ ଅନୁସାରେ ଗାଁ ଗହଳିର ପ୍ରତିଭାକୁ ଖୋଜିବାର ପ୍ରୟାସ ଦ ଲିଡିଙ୍ଗ ଏଜ ପକ୍ଷରୁ ଆରମ୍ଭ କରାଯାଇଛି । ନୂତନ ପ୍ରତିଭାଙ୍କୁ ଖୋଜିବା ସମେତ ବିଭିନ୍ନ କଳାକୃତିର ପ୍ରଚାର ଏବଂ ପ୍ରସାର କରାଯାଇଛି। ବହୁ ପ୍ରତିଯୋଗୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ପରେ ସାରା ଦେଶରେ ଅନ୍ୟାନ୍ୟ ଶୋ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି । ସେହିପରି ବିଭିନ୍ନ ରାଜ୍ୟର ସଂସ୍କୃତି ଓ କଳାକୁ ସମସ୍ତଙ୍କ ସହ ପରିଚିତ କରାଇବାକୁ ଚାହୁଛୁ ବୋଲି ଅନୁଷ୍ଠାନର ମୁଖ୍ୟ ମହେଶ ଦାଶ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର, କଳାର ପୁଷ୍ଠପୋଷକ, ଶୁଭେଚ୍ଛୁ ,ବିଧାୟକ ଓ ବହୁ ଦର୍ଶକ ଭାଗନେଇଥିଲେ। ଏଥିରେ ସମ୍ବଲପୁରୀ କଳାକୃତି , ଓଡିଶୀ , ଗୋଟିପୁଅ ନୃତ୍ୟ , ପଟ୍ଟଚିତ୍ର ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସାମିଲ କରାଯାଇଥିଲା ।