BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ବାର୍ଷିକ ନିର୍ବାଚନ

ଭୁବନେଶ୍ୱର ; ଶୈଳଶ୍ରୀ ବିହାର ଫେଜ ଦୁଇରେ ୮୮୮ଟି ପରିବାରକୁ ନେଇ ଗଠିତ ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ସାଧାରଣ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କମୁନିଟି ଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ବିଗତ ଦିନର ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା ହେବାସହ ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶ୍ରୀନିବାସ ମିଶ୍ର ଓ ଇଶ୍ୱର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ମାନସ କୁମାର ଦାଶ, ଉପ ସଭାପତି ଅଯୋଧ୍ୟା ବେହେରା, ସଂପାଦକ ମନୋରଞ୍ଜନ ଜେନା, ସହ ସଂପାଦକ କୃଷ୍ଣ ମୋହନ ମହାପାତ୍ର, କୋଷାଧ୍ୟକ୍ଷ ଅବୋଧ କୁମାର ରାୟ କାର୍ଯ୍ୟକାରୀ ସଦସ୍ୟ ଭାବେ ଧନେଶ୍ୱର ରାଉତ, ଅଶୋକ ରଥ, ଶିଶିର ଖଣ୍ଡେଇ, ପ୍ରହଲ୍ଲାଦ ଆଚାର୍ଯ୍ୟ, ଆଶିଷ ସାମଲ, ଅନିଲ କୁମାର ରାୁଉତ ଓ କୃଷ୍ଣ ବଳିଆରସିଂ ନିର୍ବାଚିତ ହୋଇଥିଲେ । ଉପଦେଷ୍ଠା ମଣ୍ଡଳୀରେ ଇଶ୍ୱର ଚନ୍ଦ୍ର ସ୍ୱାଇଁ, ଆକୁଳି ନାୟକ(ବିନ୍ଦୁ), ବ୍ୟୋମକେଶ ପଟ୍ଟନାୟକ(ମୁନା), ସନ୍ଦିପ ବାରିକ, ଅକ୍ଷୟ କୁମାର ଦାସ, ସୁଶିଲ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ଦାଶ ଓ ଶାନ୍ତିଲତା ସାହୁଙ୍କୁ ମନୋନୀତ କରାଯାଇଥିଲା ବୋଲି ସଭାପତି ଜଣାଇଛନ୍ତି ।