BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବ୍ୟବସାୟୀ ସଂଘର ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତାରକ ମହାନ୍ତି

ଭୁବନେଶ୍ୱର,୨୯ା୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସେକ୍ଟର ୧ ସ୍ଥିତ ଲକ୍ଷ୍ମୀ ବଜାର ବ୍ୟବସାୟୀ ସଂଘର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା କବି ତାରକ ମହାନ୍ତି ନିର୍ବାଚିତ ହୋଇଛନ୍ତି । ଆଜି ନୀଳାଦ୍ରି ବିହାର ସେକ୍ଟର ୧ ଛକ ଠାରେ ସଂଘର ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ସଂଘ ଆଗକୁ ବଢିବା ପାଇଁ ଜଣେ ଦକ୍ଷ ପରିଚାଳକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତନ ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଓ ସମ୍ପାଦକ ତାପସ କୁମାର ସାହୁ ତାରକ ମହାନ୍ତିଙ୍କ ନାମ ସଭାପତି ଭାବେ ଘୋଷଣା କରିଥିଲେ । ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଶ୍ରୀଯୁକ୍ତ ମହାନ୍ତି ୨ ବର୍ଷ ପୂର୍ବରୁ ବିଗତ ଦଶବର୍ଷ ଧରି ବଜାରକୁ ସୁଚାରୁରୂପେ ପରିଚାଳନା କରି ଆସୁଥିଲେ । ତାଙ୍କ ସମୟରେ ବଜାରରେ ବିଭିନ୍ନ ସାଂସ୍କୃତିକ, ସମାଜସେବା ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ବ୍ୟବସାୟୀ ମାନଙ୍କର ସୁବିଧା ଅସୁବିଧା ବୁଝିବା ସହିତ ବଜାରର ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀଯୁକ୍ତ ମହାନ୍ତି କହିଥିଲେ । ଏହାପରେ କାର୍ଯ୍ୟକାରୀ ସଦସ୍ୟ ଭାବେ ୧୧ କଣଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ନାୟକ, କାଳନ୍ଦୀ ଚରଣ ଦାଶ, ହିମାଂଶୁ ଶେଖର ସାହୁ, ସୁଶାନ୍ତ କୁମାର ରଥ, ଦ୍ୱିତୀକୃଷ୍ଣ ପଣ୍ଡା, ବାବୁଲି ନାୟକ, ସୁଶାନ୍ତ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ରତିକାନ୍ତ ମହାନ୍ତିଙ୍କ ସମେତ ବଜାରର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।