BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂତନ ନୋଟାରୀ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ପାଇଁ ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

  • ଅନଲାଇନରେ ରହିବ ନୋଟାରୀ ଓ ଆଇନଜୀବୀଙ୍କ ସମ୍ପୂର୍ଣ୍ଣ ଡାଟାବେସ

  • ନୋଟାରୀମାନେ ନିୟମିତ କାର୍ଯ୍ୟର ବିବରଣୀ ଦାଖଲ କରିବେ

ଭୁବନେଶ୍ୱର: ରାଜ୍ୟରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଏହି କ୍ରମରେ ନୂତନ ନୋଟାରୀ ନିଯୁକ୍ତି ଏବଂ ଅନଲାଇନ ଯୋଗେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ ପ୍ରସ୍ତୁତ ନେଇ ଆଜି ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୋଟାରୀ ଓ ଆଇନଜୀବୀଙ୍କ ଲାଗି ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ ବିଷୟରେ ଆଲୋଚନା ହୋଇଥିଲା I ଏହି ୱେବ ପୋର୍ଟାଲ ଜରିଆରେ ସବୁ ନୋଟାରୀ ଓ ଆଇନଜୀବୀଙ୍କୁ ପଞ୍ଜିକୃତ କରାଯିବ I ନୂଆ ନିଯୁକ୍ତି ଲାଗି ମଧ୍ୟ ନୋଟାରୀ ମାନେ ଏହି ପୋର୍ଟାଲ ଜରିଆରେ ଦରଖାସ୍ତ କରିପାରିବେ I ପରବର୍ତ୍ତୀ ସମୟରେ ନୋଟାରୀ ମାନେ ନିୟମିତ ନିଜ କାର୍ଯ୍ୟର ବିବରଣୀ ଏହି ପୋର୍ଟାଲ ଜରିଆରେ ଦାଖଲ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା I ଏଥି ସହିତ ସହଜ ବ୍ୟବହାର ଲାଗି ଏକ ମୋବାଇଲ ଆପ ପ୍ରସ୍ତୁତ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ I

ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ଅରୁଣ କୁମାର ସାହୁ ଏବଂ ଯୁଗ୍ମ ଶାସନ ସଚିବ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I