BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କୌଣସି ମାମଲାରେ ତଦନ୍ତ ଶେଷ ନ କରି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିପାରିବ ନାହିଁ

ନୂଆଦିଲ୍ଲୀ,୨୭ା୪: ଏକ ତଦନ୍ତକାରୀ ସଂସ୍ଥା କୌଣସି ମାମଲାରେ ତଦନ୍ତ ଶେଷ ନ କରି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସିଆର୍‌ପିସି ଧାରା ୧୬୭ ଅନୁସାରେ ତଦନ୍ତକାରୀ ସଂସ୍ଥା ରିମାଣ୍ଡର ୬୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରିବାରେ ବିଫଳ ହେଲେ ଅଭିଯୁକ୍ତ ଜାମିନ ପାଇବାକୁ ହକ୍‌ଦାର। କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ଅପରାଧ ପାଇଁ ଏହି ଅବଧି ୯୦ ଦିନ ରହିଛି। ଜଷ୍ଟିସ୍‌ କ୍ରିଷ୍ଣା ମୁରାରି ଏବଂ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ତଦନ୍ତକାରୀ ସଂସ୍ଥା ତଦନ୍ତ ସମ୍ପୂର୍ଣ୍ଣ ନ କରି ଚାର୍ଜଶିଟ୍‌ ଦାଖଲ କରିବା ଦ୍ୱାରା ଅଭିଯୁକ୍ତ ସିଆର୍‌ପିସି ୧୬୭(୨) ଅନୁଯାୟୀ ଜାମିନ ପାଇବାକୁ ବଞ୍ଚତ୍ତ ହୋଇଥାଆନ୍ତି। ଏଭଳି ଚାର୍ଜଶିଟ୍‌ ଜାମିନ ପାଇବା ଅଧିକାରକୁ ଛଡ଼ାଇ ନେଇପାରିବ ନାହିଁ। ଏପରି ମାମଲାର ଶୁଣାଣି କରୁଥିବା କୋର୍ଟ ଗିରଫ ଅଭିଯୁକ୍ତଙ୍କ ହାଜତ ମିଆଦ ବଢ଼ାଇପାରିବେ ନାହିଁ। ଋତୁ ଛାବ୍ରିଆ ନିଜ ସ୍ବାମୀଙ୍କୁ ମୁକ୍ତ କରିବା ଲାଗି ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।