BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କୃଷି ଓଡ଼ିଶା-୨୦୨୬: କୃଷିରୁ ଲାଭ ଓ ମୂଲ୍ୟ ଶୃଙ୍ଖଳକୁ ବୃଦ୍ଧି କରିବା ପାଇଁ ଏକ ଐତିହାସିକ କୃଷି-ପ୍ରଦର୍ଶନୀ – ଉପ-ମୁଖ୍ୟମନ୍ତ୍ରୀ

କୃଷି ଓଡ଼ିଶା ୨୦୨୬ ଉଦଘାଟିତ

ଭୁବନେଶ୍ୱର : କୃଷି ଓଡ଼ିଶା-୨୦୨୬ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। କୃଷି ଓଡ଼ିଶା ନବସୃଜନ, ବଜାର ସଂଯୋଗ ଓ ସ୍ଥାୟୀ ଅଭ୍ୟାସ ମାଧ୍ୟମରେ ରାଜ୍ୟର କୃଷି କ୍ଷେତ୍ରରେ ବିପ୍ଳବ ଆଣିବାର ଲକ୍ଷ୍ୟ ରଖିଛି ବୋଲି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କୃଷି ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ପାଇଁ କୃଷି ଓଡ଼ିଶା ସଂସ୍ଥାଗତ ସହଯୋଗ ଓ ପାରସ୍ପରିକ ସହଭାଗୀତାର ଅବସର ଆଣିଦେଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ , କୃଷି ବିଭାଗ ଡକ୍ଟର ପାଢୀ ଅଭିହିତ କରିଛନ୍ତି।

କୃଷି ଓଡ଼ିଶା-୨୦୨୬ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରେଷ୍ଠ ଉତ୍ପାଦର ଉତ୍ପାଦନ, ପ୍ରଦର୍ଶନ, ପ୍ରକ୍ରିୟାକରଣ ଓ କାର୍ଯ୍ୟଶୈଳୀ, ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ଏବଂ କୃଷକ, ବଜାର ଓ କୃଷି ଉଦ୍ୟୋଗୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ। କୃଷି କାର୍ଯ୍ୟରୁ କିପରି ଲାଭ ପାଇବା ଓ ଏହାକୁ ଆଗେଇ ନେଉଥିବା ସର୍ବୋତ୍ତମ ଉତ୍ପାଦ, ଅଭ୍ୟାସ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଉଦଘାଟନୀ ଅଧିବେଶନରେ ଓଡ଼ିଶା ଜାତୀୟ ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ବଜାର ଚାହିଦା ଅନୁଯାୟୀ ସ୍ୱତନ୍ତ୍ର ଓ ସୁଗନ୍ଧିତ କିସମର ଧାନ ଚାଷ ଏବଂ ବିହନ ଉଦ୍ୟୋଗୀମାନଙ୍କୁ ନିରନ୍ତର ବିହନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ବିଷୟ ଉପରେ ଚାଷୀଙ୍କ ପାଇଁ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଧାନ ଫସଲ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ସମ୍ବନ୍ଧୀୟ ସଫଳ କାହାଣୀ ଉପରେ ଏକ ସଂକଳନ ଓ ସ୍ଥାୟୀ ଉତ୍ପାଦନ ଏବଂ ସୁରକ୍ଷା ପାଇଁ କୃଷି ଇନପୁଟ୍ ସୁପାରିଶ ଉପରେ ଏକ ପୁସ୍ତିକାର ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ଡ୍ରୋନ୍, ସର୍ବୋତ୍ତମ କୃଷି ଅଭ୍ୟାସର ପ୍ରଦର୍ଶନୀ ଏବଂ ଲାଭଜନକ ସହଭାଗୀତା ଗଠନ ପାଇଁ କୃଷି ଉଦ୍ୟୋଗୀ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ନେଟୱାର୍କିଂ ସୁଯୋଗ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ଓୟୁଏଟିର କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, ଆଇସିଆରଆଇଏସଏଟିର ଡିଜି ଡକ୍ଟର ହିମାଂଶୁ ପାଠକ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇଥିଲେ। ପରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏବଂ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ କିଛି ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ।