BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ସାଲେପୁରରେ ନବନିର୍ମାଣ “କୃଷକ ସ୍ବାଭିମାନ ଦିବସ“: କୃଷକଙ୍କ ମୁକ୍ତି ପାଇଁ ମଧୁସୂଦନଙ୍କ ପୀଠରୁ ସଂଗ୍ରାମ ଆରମ୍ଭ : ଅକ୍ଷୟ କୁମାର

ସାଲେପୁର : ନବ ଓଡ଼ିଶାର ନିର୍ମାତା କୁଳବୃଦ୍ଧ ମଧୁସୂଦନଙ୍କ ୧୭୭ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପାଗା ହାଟରେ ଏକ “କୃଷକ    ସ୍ବାଭିମାନ ସମାବେଶ  ନବନିର୍ମାଣ କୃଷକ ସଂଗଠନ ତରଫରୁ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ଅନ୍ୟ କର୍ମକର୍ତ୍ତାମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହିତ ସେଠାରୁ ଏକ ପଦଯାତ୍ରାରେ ବାହାରି ପାଗା ହାଟ ପର୍ଯ୍ୟନ୍ତ ଯାଇଥିଲେ।

ସେଠାରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀମାନଙ୍କୁ ସମ୍ବୋଧିତ କରି ମଧୁବାବୁଙ୍କ ସ୍ବପ୍ନର ଓଡ଼ିଶାକୁ ସାକାର କରିବାରେ ରାଜନେତା, ଅମଲାତନ୍ତ୍ର ଯେଉଁ ବିଫଳ ହୋଇଛନ୍ତି ତାକୁ ସାକାର କରିବାକୁ ସଂଗ୍ରାମ କରିବା ପାଇଁ ମଧୁବାବୁଙ୍କ ମାଟିରୁ ହିଁ ସଂକଳ୍ପ ନେଇଥିଲେ। ଏଣିକି ଚାଷୀ ଆଉ ୫ ହଜାର ନୁହେଁ, ମାସକୁ ୧୦ ହଜାର ଟଙ୍କା ପେନସନ୍ ମାଗିବ ବୋଲି ସେ କହିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଇଂ. ଅକ୍ଷୟ ମିଶ୍ର, ସୂର୍ଯ୍ୟ ନାରାୟଣ ମିଶ୍ର, ତାପସ ରାଉତରାୟ ପ୍ରମୁଖ ଚାଷୀଙ୍କ ଦାବୀକୁ ଚାଷୀଙ୍କ ବାହାରେ କିଭଳି ଓକିଲ, ବୁଦ୍ଧିଜୀବୀ ଓ ଅନ୍ୟାନ ବର୍ଗର ଲୋକେ ସମର୍ଥନ କରିବେ ସେଥିପାଇଁ ଉଦ୍ୟମ କରିବାକୁ କହିଥିଲେ। ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ, ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ, ଉମାକାନ୍ତ ଭାରତ, ଶୁଭେନ୍ଦୁ ସାମଲ, କାଶୀନାଥ ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖି ଚାଷୀ ଅବହେଳା ଉପେକ୍ଷା ଏବେ ବି ରାଜ୍ୟରେ ବଢ଼ୁଛି ଓ ନୂଆ ସରକାର ଚାଷୀଙ୍କ ସମସ୍ୟା ସମାଧାନରେ ଆନ୍ତରିକତା ପ୍ରକାଶ କରୁନାହାଁନ୍ତି ବୋଲି ଅଭିଯୋଗ କରିଥିଲେ।

ସରକାର ଚାଷୀ ବିରୋଧି ନୀତି ପ୍ରତ୍ୟାହାର ନକଲେ ଏମାନଙ୍କୁ ବି କ୍ଷମତାରୁ ପ୍ରସ୍ଥାନ କରି ଦିଆଯିବାର ରାସ୍ତ ଦେଖାଇଦିଆଯିବ ବୋଲି ନେତୃମଣ୍ଡଳୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଡା. କୁଳମଣୀ, ରାଜ୍ୟ କମିଟି ସଭ୍ୟ ଅମୀର ପଟ୍ଟନାୟକ, ମୟୁରଭଞ୍ଜ ପ୍ରଭାରୀ ଦିନେଶ ଦାସ, ଢେଙ୍କାନାଳ ପ୍ରଭାରୀ ଅଶ୍ବନୀ ଜେନା, ଗଜପତି ପ୍ରଭାରୀ ରଣଜିତ ପଟ୍ଟନାୟକ, ବିଳାସୀନ ମାହନ୍ତ, ରାଇମଣୀ ବିଶ୍ବାଳ, ଖଗେଶ୍ବର ମାହନ୍ତ, ସୁଧାକର ପରିଡ଼ା, ଦୋଳଗୋବିନ୍ଦ, ନିରଞ୍ଜନ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ସତ୍ୟ ନାୟକ, ପୂର୍ଣ୍ଣ ଚନ୍ଦ୍ର ବେହେରା, ରୂପେଶ ପ୍ରଧାନ, ରଘୁନାଥ ନାୟକ, ଭାବଗ୍ରାହି ପ୍ରମୁଖ ଉପସ୍ଥିତ ଥିଲେ।