BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କୋରାପୁଟ ଆଣିଛି ଓଡ଼ିଶା ପାଇଁ ଗର୍ବ ଓ ଗୌରବ

ସମନ୍ୱିତ ବିକାଶରେ ଉଲ୍ଲେଖନୀୟ ସଫଳତା ପାଇଁ କୋରାପୁଟ ପାଇଲା ମର୍ଯ୍ୟାଦାଜନକ ପ୍ରଧାନମନ୍ତ୍ରୀ ନାଗରିକ ପ୍ରଶାସନ ଉତ୍କର୍ଷ ସମ୍ମାନ

କୋରାପୁଟ / ଭୁବନେଶ୍ୱର : ଜନସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜିଲ୍ଲା ପ୍ରଶାସନକୁ ସମନ୍ୱିତ ବିକାଶ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ନାଗରିକ ପ୍ରଶାସନ ସମ୍ମାନରେ ସମ୍ମାନିତ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କଠାରୁ ୨୦୨୪ ବର୍ଷ ପାଇଁ ଏହି ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ଜାତୀୟ ଖ୍ୟାତି କେବଳ କୋରାପୁଟ ନୁହେଁ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ବିଗତ ୧୮ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ୧୧ଟି ପ୍ରମୁଖ ଯୋଜନାର ସଫଳ ରୂପାୟନ କରି କୋରାପୁଟ ଜିଲ୍ଲା ପ୍ରଶାସନ ଜନଜାତି ସଂପ୍ରଦାୟର ଜୀବନଜୀବିକାରେ ଆଶାତୀତ ଉନ୍ନତି ଆଣି ଅନ୍ତର୍ଭୁକ୍ତି ବିକାଶ ଏବଂ ପ୍ରଗତିର ଏକ ନୂତନ ସୂର୍ଯ୍ୟୋଦୟ ଆଣିପାରିଛି ।

ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଓ ମୁକ୍ତ ବିଜୁଳି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା, କିଷାନ କାର୍ଡ, ମିଶନ ଟିକାକରଣ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଘର ଘର ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଫଳତା ଆଣି କୋରାପୁଟ ଜିଲ୍ଲା ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇପାରିଛି ।

ପୁରସ୍କାର ଗ୍ରହଣ କରି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ ଏହି ପୁରସ୍କାର କୋରାପୁଟର ପ୍ରତ୍ୟେକ ନାଗରିକଙ୍କ ସତ୍ୟନିଷ୍ଠାତା, ଉତ୍କୃଷ୍ଟତା ଏବଂ ପ୍ରଗତି ପାଇଁ ଥିବା ଦୃଷ୍ଟିଭଙ୍ଗୀକୁ ପ୍ରୋତ୍ସାହିତ କରିବ । ଏହି ପୁରସ୍କାର ଜିଲ୍ଲା ପ୍ରଶାସନର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସତ୍ୟନିଷ୍ଠ ଓ ସାମୂହିକ ପ୍ରୟାସ ତାସହ କଠିନ ପରିଶ୍ରମର ଫଳଶ୍ରୁତି । ଏହି ପୁରସ୍କାର କୋରାପୁଟର ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ସମାବେଶୀ ଓ ସମନ୍ୱିତ ବିକାଶ ନିମନ୍ତେ ଥିବା ସେମାନଙ୍କ ପ୍ରଚେଷ୍ଟାକୁ ଅଧିକ ସଶକ୍ତ କରିବ । ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରତିପାଦନ କରି ଜିଲ୍ଲା ପ୍ରଶାସନ ଏହି ସଫଳତା ହାସଲ କରପାରିିଛି ବୋଲି ସେ କହିଛନ୍ତି ।

ଏହି ସମ୍ମାନ ଜାତୀୟ ସ୍ତରରେ କୋରାପୁଟର ପ୍ରତିଷ୍ଠାକୁ ସ୍ୱୀକୃତି ଦେବା ସହ ଅନ୍ୟ ଜିଲ୍ଲାଗୁଡ଼ିକୁ ଅନୁପ୍ରାଣିତ କରିବ ଏବଂ ସମଗ୍ର ଭାରତରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ କୈନ୍ଦ୍ରିକ ପ୍ରଶାସନ ଓ ନାଗରିକମାନଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁନିଶ୍ଚିତ କରିବ ।