BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନା ପାଇଁ ପ୍ରଚାର କରିବେନି ମମତା

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ମଧ୍ୟ ଏହା ପ୍ରଭାବ ପକାଇବା ଆରମ୍ଭ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରେ ଏବେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ ରାଲି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଅବଶିଷ୍ଟ ପର୍ଯ୍ୟାୟ ପାଇଁ ସେ କୋଲକତାରେ ପ୍ରଚାର କରିବେ ନାହିଁ ବୋଲି  କହିଛନ୍ତି। ଟିଏମସି ଏମ୍‌ପି ଡେରେକ ଓ’ବ୍ରାଇନ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।  ଓ’ବ୍ରାଇନ ଏକ ଟୁଇଟ୍‌ରେ କହିଛନ୍ତି ଯେ ପଶ୍ଚିମବଙ୍ଗ ନିର୍ବାଚନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ମମତା ବାନାର୍ଜୀ ଆଉ କୋଲକାତାରେ ପ୍ରଚାର କରିବେ ନାହିଁ। ବାକି ସବୁ ଜିଲାରେ ସେ ନିର୍ବାଚନ ରାଲିର ସମୟକୁ କମାଇ ଦେଇଛନ୍ତି। ମାତ୍ର ୩୦ ମିନିଟ ମଧ୍ୟରେ ସେ ରାଲି ଶେଷ କରିବେ।

ସୂଚନାଯୋଗ୍ୟ ଯେ, ମମତା ବାନାର୍ଜୀ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଠାରେ ଦାବି କରିଥିଲେ ଯେ, ପଶ୍ଚିମବଙ୍ଗର ଅବଶିଷ୍ଟ ପର୍ଯ୍ୟାୟ ପାଇଁ ନିର୍ବାଚନ ଏକାସାଙ୍ଗରେ କରାଯାଉ। ଏଥି ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ତାଙ୍କର ସମସ୍ତ ର୍ନିବାଚନ ସମାବେଶକୁ ବାତିଲ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି।