BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସରେ ମିନିମାଲି ଇନ୍‍ଭେସିଭ୍‍ ପଦ୍ଧତିରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି। ନିକଟରେ ହୃତପିଣ୍ଡର ବାମ ଭାଗରେ ଗମ୍ଭୀର ମିଟ୍ରାଲ ଭଲଭ୍ ଷ୍ଟେନୋସିସ୍ ରୋଗରେ ପୀଡ଼ିତ ଜଣେ ୫୪ ବର୍ଷୀୟ ରୋଗୀଙ୍କଠାରେ ଏହି କୌଶଳରେ ସଫଳ ଅସ୍ତ୍ରୋପଚାର କରାଯାଇ ମିନିମାଲି ଇନଭେସିଭ୍ ମିଟ୍ରାଲ ଭାଲଭ୍ ଲଗାଯାଇଛି।

କିମ୍‍ସର ହୃଦ୍‍ରୋଗ ସର୍ଜନ ଡା ଅମିତ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି । ସାଧାରଣତଃ ଏଭଳି ଅସ୍ତ୍ରୋପଚାର ପାଇଁ ଷ୍ଟର୍ନମ କାଟିବାକୁ ପଡ଼ିଥାଏ। ଏଥିଯୋଗୁଁ ପ୍ରାୟତଃ ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ହେବା ସହ ଛାତିରେ ଦାଗ ରହିଯାଇଥାଏ। ଏହି ପଦ୍ଧତିରେ ପଞ୍ଜରାଗୁଡ଼ିକୁ ନ କାଟି ପଞ୍ଜରା ମଧ୍ୟରେ ଏକ ଛୋଟ ଛିଦ୍ର କରି ଅସ୍ତ୍ରୋପଚାର କରାଯାଇଥାଏ।

ଫଳରେ ଖର୍ଚ୍ଚ ମଧ୍ୟ ଅପେକ୍ଷାକୃତ କମ୍‍ ହୋଇଥାଏ। ଏହି କୌଶଳ ଦ୍ୱାରା ଅସ୍ତ୍ରୋପଚାର ପରବର୍ତ୍ତୀ ଯନ୍ତ୍ରଣା ଯଥେଷ୍ଟ ହ୍ରାସ କରାଯିବା ସହ ରକ୍ତସ୍ରାବ ମଧ୍ୟ କମ ହୋଇଥାଏ ବୋଲି ଡା ଅଗ୍ରୱାଲ କହିଛନ୍ତି। ତେବେ ଏହି ପ୍ରକ୍ରିୟାରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ସମ୍ପୂର୍ଣ୍ଣ ଅଭିଜ୍ଞ ଓ ଦକ୍ଷତାସମ୍ପନ୍ନ ହେବା ଆବଶ୍ୟକ ଏବଂ ଏଥିପାଇଁ ସ୍ୱତନ୍ତ୍ର ଅତ୍ୟାଧୁନିକ ଉପକରଣ ଆବଶ୍ୟକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି । କିମ୍‍ସରେ ଏଭଳି ପଦ୍ଧତିରେ ହୃଦ୍‍-ଅସ୍ତ୍ରୋପଚାର ହେବା ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କୁ ଏଥିରୁ ସୁବିଧା ପାଇପାରିବେ ବୋଲି ଡା ଅଗ୍ରୱାଲ ସୂଚନା ଦେଇଛନ୍ତି।